କନକ ବ୍ୟୁରୋ: ପୌର ନିର୍ବାଚନରେ ବିପୁଳ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ କହିଛନ୍ତି ଯେ, ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ତେଣୁ ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଗଣତି ମୁତାବକ, ୧୦୮ ପୌରାଧ୍ୟକ୍ଷ ଆସନରୁ ୭୩ଟି ବିଜେଡି ବିଜୟୀ ହୋଇଥିବାବେଳେ ୧୬ଟି ଆସନରେ ବିଜୟୀ ହୋଇଛି ବିଜେପି । ସେହିପରି କଂଗ୍ରେସ ୭ଟି ଏବଂ ଅନ୍ୟନ୍ୟା ପ୍ରାର୍ଥୀଙ୍କ ଖାତାକୁ ୯ଟି ଆସନ ଯାଇଛି ।