ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ : ଫୋକସରେ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ରୀୟ ଅବହେଳା

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆରମ୍ଭ ହୋଇଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ପ୍ରଥମ ଥର ପାଇଁ ଗୋଟାଏ ଛାତ ତଳେ ଏକାଠି ହୋଇଛନ୍ତି ବିଜେଡିର ମୁଖିଆଙ୍କ ସହ ତୃଣମୂଳ ସ୍ତରର କର୍ମୀ । ୫ଟି ଅଧିବେଶନରେ ଆଜି ଦିନ ତମାମ ଆଲୋଚନା କରାଯିବ । ବିଶେଷ କରି ଫୋକସରେ ରହିବ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମହାନଦୀକୁ ନେଇ ଛତିିଶଗଡର ଆଭିମୁଖ୍ୟ, କିରୋସିନ କୋଟା ହ୍ରାସ, କୃଷି ଅନୁଦାନ କମ୍ ଭଳି ପ୍ରସଙ୍ଗରେ କିପରି କେନ୍ଦ୍ର ସରକାରଙ୍କୁ ଗାଁରୁ ସହର ଯାଏ ଘେରିବ ଦଳ, ସେ ନେଇ ଟିପସ୍ ଦେବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । ରାଜ୍ୟବ୍ୟାପୀ କେନ୍ଦ୍ର ଅବହେଳା ନେଇ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରିବ ବିଜୁ ଜନତା ଦଳ ।