ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଦେଶିନୀ କହି ବିଜେପିର ଆକ୍ଷେପ । ବର୍ଷାଙ୍କ ଜବାବ, ମୁଁ ଏ ମାଟିର ଝିଅ…

134

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନ ପାଇଁ ଚାଲିଛି ଜୋରଦାର ଲଢେଇ । ଆଉ ଏହାରି ଭିତରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଦେଶିନୀ କହି ଆକ୍ଷେପ କରିଛି ବିଜେପି । ବିଜେପି ସିଧାସଳଖ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆକ୍ଷେପ କରିଛି । ବିଜେପି କହିଛି, ବର୍ଷା ଏ ମାଟିର ଝିଅ ହୋଇ ପାରନ୍ତି । ହେଲେ ସେ ବାହା ହୋଇ ଶାଶୁଘର ଚାଲିଯାଇଛନ୍ତି । କଣ ଶାଶୁଘରୁ ଆସି ଏଠିକାର ଲୋକଙ୍କ ପାଇଁ ଛିଡା ହୋଇ ପାରିବେ ବୋଲି ବିଜେପି ପ୍ରଶ୍ନ କରିଛି । ସେପଟେ ବର୍ଷା କହିଛନ୍ତି, ମୁଁ ଏ ମାଟିର ଝିଅ । ପଦ୍ମପୁରର ଲୋକଙ୍କ ପାଇଁ ସବୁବେଳେ ରହିବି ।