କଲେଜ ପିଲାଙ୍କ ଖାଇବାରେ ପୋକ ! ବିଜେବି ଲେଡିଜ ହଷ୍ଟେଲରେ ଖାଦ୍ୟରୁ ପୋକ ବାହାରିବା ପରେ ଛାତ୍ରୀଙ୍କ ଅସନ୍ତୋଷ

19

କନକ ବ୍ୟୁରୋ : ବିଜେବି କଲେଜ ଛାତ୍ରୀ ନିବାସ ଆଗରେ ଧାରଣା ଦେଇଛନ୍ତି ଛାତ୍ରୀ । ଭାତରେ ପୋକ ବାହାରୁ ଥିବା ଅଭିଯୋଗ କରିବା ସହ କର୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରି ସେମାନେ କରିଛନ୍ତି ହଙ୍ଗାମା । ଆରପଟେ ଛାତ୍ରୀମାନେ ବାହାରେ ବୁଲିବା ନେଇ କଟକଣା ଜାରି କରିବା ପରେ ଅସନ୍ତୋଷ ହୋଇ ଏପରି କାଣ୍ଡ ଭିଆଇଥିବା କହିଛନ୍ତି କର୍ତୃପକ୍ଷ । ତେବେ କିଏ କହୁଛି ସତ? ନିୟୁ ଲେଡିଜ ହଷ୍ଟେଲ ସମ୍ମୁଖରେ ଶତାଧିକ ଛାତ୍ରୀ ବିକ୍ଷୋଭ ସହ ଧାରଣା ଦେଇଛନ୍ତି । ସେପଟେ ହଷ୍ଟେଲ ସୁପରିଟେଣ୍ଡେଂଟ ଭିନ୍ନ କଥା କହିଛନ୍ତି । ଛାତ୍ରୀଙ୍କ ଉପରେ ତାଙ୍କ ଅନୁଶାସନକୁ ବିରୋଧ କରୁଥିବା ସେ କହିଛନ୍ତି । ଆଉ କହିଛନ୍ତି ସଂଧ୍ୟା ୬ଟା ପରଠାରୁ ବାହାରକୁ ଯିବା ବନ୍ଦ କରିବା ପରେ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିିଛନ୍ତି ।

ବିଜେବି କଲେଜ ହେଉଛି ରାଜ୍ୟର ଏକ ମର୍ଯ୍ୟାଦା ସଂପନ୍ନ କଲେଜ । ତେବେ ଏହି କଲେଜର ଏକ ହଷ୍ଟେଲରୁ ଏଭଳି ଏକ ଅଭିଯୋଗକୁ ନେଇ ଧାରଣା ଓ ଅନ୍ୟପଟେ କର୍ତୃପକ୍ଷଙ୍କ ଏଭଳି ମନ୍ତବ୍ୟ, ଘଟଣାର ପଛର ସତକୁ ସନ୍ଦେହ ଘେରକୁ ନେଇ ଆସୁଛି ।