ପୁରୀରେ ଫେରିଲା ବାର୍ଡ ଫ୍ଲୁ ! ଆଜିଠାରୁ କୁକୁଡା ମରା ଅଭିଯାନ ଆରମ୍ଭ, ଗଠନ ହେଲା ୧୦ଟି ରାପିଡ୍ ରେସପନ୍ସ ଟିମ୍ 

୧୦ ଦିନ ଯାଏଁ କୁକୁଡା ମାଂସ ଓ ଅଣ୍ଡା ଖାଇବା ଉପରେ ଲାଗିଲା କଟକଣା

122

କନକ ବ୍ୟୁରୋ : ପୁରୀ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହେବ । କୁକୁଡା ମାରିବା ପାଇଁ ୧୦ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଥିବା ପଥରଗଂଜ, ସାନସାହି ଓ ବୁଦ୍ଧବର ଗାଁରେ ଏହି କୁକୁଡା ମରା ଯିବ । ଏକ କିଲୋମିଟର ମଧ୍ୟରେ ଥିବା ସମସ୍ତ କୁକୁଡାକୁ ମରାଯିବ । କୁକୁଡା ଓ କାଉରେ ବାର୍ଡ ଫ୍ଲୁ ପଜିଟିଭି ମିଳିବା ପରେ ପଶୁସମ୍ପଦ ସଚିବ ସୂଚନା ଦେବାପରେ  ଆଜିଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହେବ ।

ପଶୁସମ୍ପଦ ସଚିବ କହିଛନ୍ତି ବ୍ରହ୍ମଗିରି ଅଂଚଳରୁ ସଂଗ୍ରହ କରାଯାଇଥିବା ସାମ୍ପୁଲ ମଧ୍ୟରୁ ୪ଟିରୁ ବାର୍ଡଫ୍ଲୁ ପଜିଟିଭ୍ ବାହାରିଛି । ୨ଟି କୁକୁଡା ଓ ୨ଟି କାଉର ସାମ୍ପୁଲରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ତେବେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକ ନାହିଁ, ଟିମ ସଜାଗ ଥିବା କହିଛନ୍ତି ପଶୁସମ୍ପଦ ସଚିବ । ୧୦ କିଲୋମିଟର ମଧ୍ୟରେ କୁକୁଡା ମାଂସ ଖାଇବା ନେଇ କଟକଣା ଜାରି କରାଯିବ । ମଧ୍ୟାହ୍ନ ଭୋଜନରେ ବି ଅଣ୍ଡା ବନ୍ଦ କରାଯିବ ବୋଲି କହିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ ।