ବୀରମିତ୍ରପୁରରେ ୧୨ଘଂଟିଆ ବନ୍ଦ ପାଳନ

21

ବୀରମିତ୍ରପୁର : ବୀରମିତ୍ରପୁରରେ ୧୨ଘଂଟିଆ ବନ୍ଦ ପାଳନ । ରାଉରକେଲା ମଜଦୁର ମଂଚ ଓ ବୀରମିତ୍ରପୁର ଶ୍ରମିକ ସଂଘ ଡାକରାରେ ଏହି ବନ୍ଦ କରାଯାଇଛି । ମାଇନ୍ସରେ ଅବ୍ୟବସ୍ଥା ଓ ଶ୍ରମିକ ମାରଣ ନୀତିକୁ ପ୍ରତିବାଦ କରି ଏହି ବନ୍ଦ କରାଯାଇଛି । ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କକ ନେତୃତ୍ୱରେ ୧୪୩ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି ବୀରମିତ୍ରପୁରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି ।