ଆସନ୍ତା ୫ରେ ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ: ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା  

129

କନକ ବ୍ୟୁରୋ: ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆସନ୍ତା ୫ ତାରିଖରେ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଛି । ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ଜାତୀୟ ଗଣାମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ନୀତୀଶ କୁମାର ଓଡ଼ିଶା ଆସିବା ନେଇ ବିହାରରେ ଚର୍ଚ୍ଚା ହେଉଥିବା ବେଳେ ଏଯାଏଁ ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ । ଯଦି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୁଏ, ତେବେ କେଉଁ ପ୍ରସଙ୍ଗ ଉଠିବ ସେନେଇ ସମସ୍ତଙ୍କ ମନରେ ଉତ୍ସୁକତା ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଜୋରଦାର ଉଦ୍ୟମ କରୁଛନ୍ତି । ଏଥିପାଇଁ ବିଭିନ୍ନ ଆଂଚଳିକ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି । କିଛି ଦିନ ତଳେ ନୀତୀଶ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏହି ଆଲୋଚନା ବେଳେ ବିଜେପି ବିରୋଧୀ ମେଂଟ ଗଠନ ଦିଗରେ ଚର୍ଚ୍ଚା ହୋଇଥିବା କୁହାଯାଉଥିଲା । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଇଥିଲା ।