ଭାରତୀୟ ଯୁବ ଗବେଷକଙ୍କ ପାଇଁ ବଡ ଘୋଷଣା। ପ୍ରତିବର୍ଷ ୩ ହଜାରଙ୍କୁ ମିଳିବ ଭିସା।

224

କନକ ବ୍ୟୁରୋ: ପ୍ରତିବର୍ଷ ୩ ହଜାର ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇବ ବ୍ରିଟେନ । ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବ୍ରିଟେନ ପ୍ରଧାମନନ୍ତ୍ରୀ ରିଷି ସୁନକ । ଭାରତର ତିନି ହଜାର ଯୁବ ଗବେଷକøûଙ୍କୁ ଭିସା ଯୋଗାଇଦେବା ସହ ୨ ବର୍ଷ ପର୍ଯ୍ୟନ୍ତ ରହିବାର ସୁଯୋଗ ଯୋଗାଇବାକୁ ଘୋଷଣା କରିଛି । ଇଣ୍ଡୋନେସିଆର ବାଲିରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦୁହେଁ ପରସ୍ପରକୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ସୁନକଙ୍କର ମୋଦିଙ୍କ ସହ ଏହା ଥିଲା ପ୍ରଥମ ଭେଟ । ତେବେ ବ୍ରିଟେନର ଏହି ଯୋଜନାରେ ବ୍ରିଟେନରୁ ଭିସା ସୁବିଧା ପାଇବାରେ ଭାରତ ପ୍ରଥମ ଦେଶ ହେବ ।

ୟୁକେ-ଭାରତ ମଧ୍ୟରେ ପ୍ରବାସୀ ସମ୍ପର୍କକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତି ନିଆଯାଇଥିବା ବ୍ରିଟିଶ ସରକାର କହିଛନ୍ତି । ଗତବର୍ଷ ହୋଇଥିବା ୟୁକେ-ଇଣ୍ଡିଆ ମାଇଗ୍ରେସନ ଏବଂ ମୋବିଲିଟି ପାର୍ଟନରସିପ ରାଜିନାମାର ମହତ୍ୱ ଉପରେ ଗୁରୁତ୍ୱ ଦେଇ ବ୍ରିଟିସ ସରକାର କହିଛନ୍ତି, ଏହି ଯୋଜନାର ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ଭିସା -ନ୍ୟାସନାଲ ଦେଶ ।