ଆଗାମୀ ବର୍ଷ ଭାରତ କରିବ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା। ଇଣ୍ଡୋନେସିଆ ବାଲିରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ। 

104

କନକ ବ୍ୟୁରୋ: ଇଣ୍ଡୋନେସିଆର ବାଲିଠାରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ । ଏଥିପାଇଁ ବୁଧବାର ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦୀ ଏହାକୁ ଗ୍ରହଣ କରିବା ସହ କହିଛନ୍ତି, ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଥିବାରୁ ଏହା ସମସ୍ତ ଦେଶବାସୀଙ୍କ ପାଇଁ ଗୌରବର ବିଷୟ । ଜି-୨୦ ସମ୍ମିଳନୀ ଭାରତର ବିଭିନ୍ନ ରାଜ୍ୟରେ ଆୟୋଜନ କରିବା ସହ ସମସ୍ତେ ଏକାଠି ହୋଇ ଜି-୨୦କୁ ବିଶ୍ୱ ପରିବର୍ତନର ଗୋଟିଏ ପ୍ଲାଟଫର୍ମ ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରିବା ବୋଲି ମୋଦି କହିଛନ୍ତି ।

 ଭାରତ ବର୍ଷକ ପାଇଁ ଜି-୨୦ର ଅଧ୍ୟକ୍ଷ ପଦରେ ରହିବ । ଏହି ଅବଧି ୨୦୨୨ ଡିସେମ୍ବର ୧ରୁ ଆରମ୍ଭ ହେବ । ଏହା ପୂର୍ବରୁ ଆସନ୍ତା ଜି-୨୦ ଶିଖର ସମ୍ମିଳନୀର ଥିମ ‘ବିକାଶ ପାଇଁ ତଥ୍ୟ’ ରହିବ ବୋଲି ମୋଦୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବୈଠକର ଶେଷରେ ପ୍ରଧାନମନ୍ତ୍ରୀ ମୋଦି ଓ ଜି-୨୦ର ଅନ୍ୟ ନେତାମାନେ ମିଶି ‘ତାମାନା ହୁତାନ ରାୟ ନୁରା ରାଇ’ ହେନ୍ତାଳବନକୁ ଯାଇ ହେନ୍ତାଳ ଚାରା ଲଗାଇଛନ୍ତି । ଶେଷରେ ବୁଧବାର ଜି-୨୦ ସମ୍ମିଳନୀର ଉଦଯାପନୀ ଦିବସ ଥିବାବେଳେ ସ୍ୱଦେଶ ବୈଠକ ପରେ ସ୍ୱଦେଶ ଫେରିଛନ୍ତି ମୋଦି ।