ଦେଶର ୫ଟି ରାଜ୍ୟର ବାମପନ୍ଥୀ ନେତାଙ୍କ ଘରେ ଚଢ଼ାଉ: ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ବରବରା ରାଓଙ୍କ ସମେତ ୫ସାମାଜିକ କର୍ମୀ ଗିରଫ

36

କନକ ବ୍ୟୁରୋ: ଦେଶବ୍ୟାପୀ ବାମପନ୍ଥୀ ନେତାଙ୍କ ଘରେ ଚଢ଼ାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡଯନ୍ତ୍ର ମାମଲାରେ ବିପ୍ଲବୀ କବି ତଥା ପତ୍ରକାର ବରବରା ରାଓଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଭୀମା କୋରେଗାଁ ହିଂସାରେ ଜଡିତ ଥିବା ଅଭିଯୋଗରେ ପୋଲିସ୍ ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସି ଦେଶର ଅନେକ ବାମପନ୍ଥୀ ନେତାଙ୍କ ବାସଭବନରେ ଚଢ଼ାଉ କରିଛନ୍ତି ।

ଏହି ଚଢ଼ାଉ ମହାରାଷ୍ଟ୍ର ସମେତ, ଗୋଆ, ତେଲେଙ୍ଗାନା, ଦିଲ୍ଲୀ ଏବଂ ଝାଡଖଣ୍ଡରେ କରାଯାଇଛି । ବିପ୍ଳବୀ କବି ବରବରା ରାଓଙ୍କୁ ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ନାମ୍ପେଲି କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ଗିରଫ ସମୟରେ ପୋଲିସ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ସେହିପରି ବାମପନ୍ଥ୍ୀ ନେତା ଗୌତମ ନବଲଖାଙ୍କ ଦିଲ୍ଲୀ ସ୍ଥିତ ଘରେ ପୋଲିସ୍ ଚଢ଼ାଉ କରିଥିଲା । ଦିଲ୍ଲୀ ସାକେତ କୋର୍ଟରେ ହାଜର କରି ନବଲଖାଙ୍କୁ ପୁଣେ ପୋଲିସ୍ ଟ୍ରାଞ୍ଜିଟି ରିମାଣ୍ଡରେ ନେଇଛି ।

ନବଲଖାଙ୍କ ଘରୁ ଲାପଟପ୍ ଓ ଜରୁରି କାଗଜପତ୍ର, ଜବତ କରିଛି ପୋଲିସ୍ । ଦିଲ୍ଲୀ ବଦରପୁରରେ ଓକିଲ ଭରଦ୍ୱାଜଙ୍କୁ ପୋଲିସ୍ ଅଟକ ରଖିଛି । ତାଙ୍କ ଘରୁ ଏକ ଲାପଟପ୍ ସମେତ୍ କାଗଜ ପତ୍ର ଜବତ କରିଛି । ଠାଣେରେ ଅରୁଣ ଫରୋରିଆଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରିଛି ପୋଲିସ୍ । କୋରେଗାଁ ହିଂସା ଅଭିଯୁକ୍ତଙ୍କ ଘରୁ ଜବତ ଚିଠିରେ ରାଜୀବ ଗାନ୍ଧିଙ୍କ ହତ୍ୟା ପରି ମୋଦିଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଚିଠିରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।