ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ଭର୍ତ୍ତୃହରି-ସିଦ୍ଧାନ୍ତ: ପଢନ୍ତୁ କହିଲେ କଣ?

3,309

କନକ ବ୍ୟୁରୋ: ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ଭର୍ତ୍ତୃହରି ମହତାବ । କହିଲେ, ଅନେକ ଉଦାହରଣ ଅଛି ଯାହା ଗତ ୧୦ ବର୍ଷ ହେବ ମୁଁ ଅନୁଭବ କରିଛି । ମୋତେ ଲାଗିଲା ଏହି ସମୟ ଠିକ ବିଜେପି ସହ ମିଶିବା । ଆମ ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାର ସୁଯୋଗ ମିଳିବ । ମୁଁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ଶକ୍ତି, ଅମିତ ଶାହାଙ୍କ ବିଶ୍ୱାସ ଓ ନଡ୍ଡା ଜୀଙ୍କ ପ୍ରେରଣା ଆମକୁ ଆଗକୁ ନେବ । ଏକ ନୂଆ ଟିମ୍, ନୂଆ ଆରମ୍ଭ, ନୂଆ ଇଂନିସ ମୁଁ ଆରମ୍ଭ କରିବାକୁ ଯାଉଛି । ଆଶା ଅଛି ଆପଙ୍କ ସମର୍ଥନ ରହିବ ।

ସେହିପରି ସିଦ୍ଧାନ୍ତ ମହାପାତ୍ର ବି ଆଜି ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ । ସେ କହିଛନ୍ତି, ୨୦୦୯ରେ ମୁଁ ଗୁଜରାଟ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଦେଖିଥିଲି, ତାଙ୍କ କାମ ଦେଖି ସେତେବେଳେ ମୁଁ ପ୍ର୍ରଭାବିତ ହୋଇଥିଲି । ଯେଉଁ ଭଳି ଭାବେ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଟ୍ରାନ୍ସଫରମେସନ ହେଉଛି, ମୁଁ ଚାହୁଁଛି ଆମ ରାଜ୍ୟରେ ବି ସେହିଭଳି ଟ୍ରାନ୍ସମେସନ ଦ୍ରୁତଗତିରେ ହେଉ । ମୋ ରାଜ୍ୟ ଓ ରାଜ୍ୟର ଲୋକଙ୍କ ପାଇଁ ଯାହା ହୋଇ ପାରିବ ଆମେ କରିବୁ ।