ବିଜେଡି ନେତାଙ୍କ ଛାଡ଼ି ଧଡ଼ଧଡ଼: ବିଧାନସଭାର ବାକି ୭୫ ଆସନ ଓ ଲୋକସଭାର ଆଉ ୬ ଆସନ ପାଇଁ ଯେକୌଣସି ମୁହୂର୍ତ୍ତରେ ଆସିପାରେ ତାଲିକା

775

କନକ ବ୍ୟୁରୋ: ଗତକାଲି ସମସ୍ତଙ୍କୁ ଚକିତ କରି ପ୍ରାର୍ଥୀ ଘୋଷଣା କଲେ ନବୀନ । ୭୨ ବିଧାୟକଙ୍କ ତାଲିକା ଓ ୧୫ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ । ଅନେକ ଚର୍ଚ୍ଚିତ ଆସନରେ ନାଁ ଘୋଷଣା ହୋଇନାହିଁ । ଯେକୌଣସି ମୁହୂର୍ତରେ ବାକି ୭୫ ବିଧାନସଭା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ । ହେଲେ ଅନେକ ନେତାଙ୍କର ଏବେଠାରୁ ଛାତି ଧଡ଼ଧଡ଼ ହେଲାଣି । କାହାର ଟିକେଟ୍ କଟିବ, କିଏ ବାଦ୍ ପଡ଼ିବ, ତାକୁ ନେଇ ନେତା ଦ୍ୱନ୍ଦ୍ୱରେ । ଘୋଷଣା ହୋଇନଥିବା ଆସନରେ ଆଶାୟୀ ଆଜି ନବୀନ ନିବାସକୁ ଆସିଛନ୍ତି । ବଡ଼ଚଣା ବିଧାୟକ ଅମର ଶତପଥୀ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, କୋରେଇ ବିଧାୟକ ଆକାଶ ଦାସନାୟକ ଆଜି ନବୀନ ନିବାସକୁ ଆସିଥିଲେ ।