ଭଦ୍ରକ : ଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ଦୁଇ ଶିକ୍ଷକ ନିଲମ୍ବିତ

26

ଭଦ୍ରକ : ଭଦ୍ରକ ପୁରୁଣାବଜାର ଏନସି ହାଇସ୍କୁଲ ଛାତ୍ରୀଙ୍କୁ କଟୁ ମନ୍ତବ୍ୟ ଦେଇ ଦୁଇ ଜଣ ଶିକ୍ଷକ ନିଲମ୍ବିତ । ଏହି ଦୁଇ ଶିକ୍ଷକଙ୍କୁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବିତ କରିଛନ୍ତି । ଘଟଣାକୁ କେନ୍ଦ୍ର କରି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ସ୍କୁଲରେ ଭଙ୍ଗାରୁଜା କରିବା ସହ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କିଛି ଦିନ ପୂର୍ବେ ଏହି ଦୁଇ ଜଣ ଶିକ୍ଷକ ଏଠାରେ ପଢୁଥିବା ଦୁଇଜଣ ଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହା ପରେ ବି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ।

ଏହା ସହ ଦେଖନ୍ତୁ ଦୁବାଇରେ ଓଡିଆ ଯୁବକ ଫସିବା ଘଟଣା : ବିଭିନ୍ନ ପ୍ରବାସୀ ଓଡିଆ ସଂଗଠନ ପକ୍ଷରୁ ବଢିଲା ସହାୟତାର ହାତ