ଦୁବାଇରେ ଓଡିଆ ଯୁବକ ଫସିବା ଘଟଣା : ବିଭିନ୍ନ ପ୍ରବାସୀ ଓଡିଆ ସଂଗଠନ ପକ୍ଷରୁ ବଢିଲା ସହାୟତାର ହାତ

57

କନକ ବ୍ୟୁରୋ : ଦୁବାଇରେ ଫଶିଥିବା ଓଡିଆଙ୍କ ପାଇଁ ବଢ଼ାଇଲେ ସହାୟତାର ହାତ । ଫଶିଥିବା ୫ ଓଡିଆଙ୍କୁ ଖାଦ୍ୟ ଓ ଟଙ୍କା ଯୋଗାଇ ଦିଆଯାଇଛି । ବିଭିନ୍ନ ପ୍ରବାସୀ ଓଡିଆ ସଂଗଠନ ପକ୍ଷରୁ ସାହାଯ୍ୟ ଯୋଗାଇ ଦିଆଯାଇଛି । ବିକଳ୍ପ ନିଯୁକ୍ତି ଯୋଗାଇଦେବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଏହି ସଂଗଠନ ପ୍ରତିଶ୍ରୁତି ଦେଇଛନ୍ତି । ୫ଜଣ ଓଡିଆ ଚାକିରି କରିବାକୁ ଯାଇ ଦୁବାଇରେ ଫଶିଛନ୍ତି।

ବିଦେଶରୁ ଆସିଥିବା ଦାଦନର କରୁଣ କାହାଣୀ ଗତକାଲି କନକ ନ୍ୟୁଜରେ ପ୍ରସାରଣ କରାଯାଇଥିଲା । ରୋଜଗାର ଆଶାରେ ଘର ଛାଡିଥିବା ୫ ଯୁବକଙ୍କୁ ଠିକାସଂସ୍ଥା ଦୁଇମାସ ହେଲା ଦରମା ଦେଉନି। ପ୍ରତିବାଦ କରିବାରୁ ସେମାନଙ୍କ ପାସ୍ ପୋର୍ଟ ଛଡାଇନେଇଛି । ଫଳରେ ଏକପ୍ରକାର ବନ୍ଦୀ ପାଲଟିଯାଇଛନ୍ତି ଏହି ଯୁବକମାନେ । ବଂଚିବାକୁ ସେମାନେ ଶ୍ରମିକରୁ ପାଲଟିଯାଇଛନ୍ତି ଜରିଗୋଟାଳି । ମୁକ୍ତି ପାଇଁ ବାଟ ଖୋଜୁଥିବା ଏହି ଯୁବକମାନେ କନକ ନ୍ୟୁଜକୁ ପଠାଇଥିଲେ ଭିଡିଓ ।

ଏହା ସହ ବିଦେଶରେ ବନ୍ଧା ପଡିଛି ଜୀବନ : ଦୁବାଇରୁ ଭିଡିଓ ପଠାଇଲେ ବନ୍ଦୀ ଓଡିଆ ଦାଦନ