ବାଲେଶ୍ୱର : ଔଷଧ ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

33

କନକ ବ୍ୟୁରୋ : ଔଷଧ ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ନହରାଛକରେ ଥିବା ଔଷଧ ଦୋକାନରେ ଘଟିଛି ଏହି ଘଟଣା । ଲୁଟେରାଙ୍କ ଆକ୍ରମଣରେ ଦୋକାନ ମାଲିକ ପ୍ରଦୀପ ରଞ୍ଜନ ଦାସ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଦୋକାନ ବନ୍ଦ କରୁଥିବା ବେଳେ ୪ରୁ ୫ ଜଣ ଦୁର୍ବୃତ୍ତ ପ୍ରଦୀପଙ୍କ ମୁଣ୍ଡକୁ ଶାବଳରେ ଆଘାତ କରିବା ସହ ଦୋକାନରୁ ଟଙ୍କା ଲୁଟି ନେଇଥିଲେ । ଘଟଣାକୁ ନେଇ ତଦନ୍ତ କରୁଛି ପୋଲିସ ।