ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଦିପ୍ତିରଂଜନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ।

355

କନକ ବ୍ୟୁରୋ: ଭୁବନେଶ୍ୱରର ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାର ରାୟ ଆସିଛି । ମୁଖ୍ୟ ଅଭିଯୁକ୍ତ ଦିପ୍ତିରଂଜନ ପଟ୍ଟନାୟକକୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟ । ୧୮ ଜଣ ସାକ୍ଷୀଙ୍କ ବୟାନ ଓ ପାରିପାଶ୍ୱିର୍କ ପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି । ୨୦୧୩ ମସିହା ସେପ୍ଟେମ୍ବର ମାସରେ ଭୁବନେଶ୍ୱର ରସୁଲଗଡ ସ୍ଥିତ ଶବର ସାହିରେ ରହୁଥିିବା ବଚନସୁଧା ପଟ୍ଟନାୟକଙ୍କୁ ଦିନ ଦ୍ୱିପ୍ରହରରେ ତାଙ୍କ ଘର ଭିତରେ ଅତି ନର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପରଠୁ ବଚନସୁଦ୍ଧାଙ୍କ ଘରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଦିପ୍ତିରଂଜନ ପଟ୍ଟନାୟକ ଫେରାର ହୋଇଯାଇଥିଲା । ପୁଲିସ ପ୍ରାଥମିକ ତଦନ୍ତରୁ ଏହି ସିକ୍ୟୁରିଟି ଗାର୍ଡ ହିଁ ହତ୍ୟାକାରି ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଦିପ୍ତିରଂଜନ ରୁମ ଆଗରେ ଥିବା ଏକ ଡ୍ରେନରୁ ଏକ ରକ୍ତଭିଜା ସାର୍ଟ, ହତ୍ୟାରେ ବ୍ୟବହ୍ୃତ ଛୁରି, ବଚନସୁଧାଙ୍କ ମୋବାଇଲ ଫୋନ, ଭ୍ୟାନେଟି ବ୍ୟାଗ ଓ ମଦ ବୋତଲ ଜବତ କରିଥିଲା ପୁଲିସ । ତେବେ ସେହି ସେପ୍ଟେମ୍ବର ମାସରେ ଦିପ୍ତିକୁ ଧରିବାରେ ସକ୍ଷମ ହୋଇଥିଲା କମିସନରେଟ ପୁଲିସ ।