ଇଂଲଣ୍ଡ ଆଗରେ ୧୮୬ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ । ପ୍ରଥମ ଇଂନିସରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ।

193

କନକ ବ୍ୟୁରୋ: ଇଂଲଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ । ଚତୁର୍ଥ ଟି-୨୦ରେ ଭାରତୀୟ ଦଳ ୧୮୫ ରନ କରିବାକୁ ସମର୍ଥ ହୋଇଛି । ଯାହା ପରେ ବ୍ରିଟିଶ ଦଳକୁ ବିଜୟୀ ହେବା ପାଇଁ ୨୦ ଓଭରରେ ୧୮୬ ରନ କରିବାକୁ ହେବ । ତେବେ ଏହି ମ୍ୟାଚକୁ ଜିତିବା ସହିତ ଭାରତୀୟ ଦଳ ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି । ଆଜି ଟସ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ ଓ ଶ୍ରେୟାସ ଆୟାରଙ୍କ ଚତ୍ମକାର ଇଂନିସ ବଳରେ ଭାରତ ୧୮୫ ରନ କରିପାରିଛି । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆଚର ହିଁ ୪ଟି ୱିକେଟ୍ ନେଇଥିଲେ । ଏହି ସିରିଜରେ ଏବେ ଇଂଲଣ୍ଡ ୨-୧ ରେ ଆଗୁଆ ଅଛି । ତେଣୁ ବିରାଟ ବାହିନୀ ଏହି ମ୍ୟାଚ୍ ଜିତି ସିରିଜ୍ ୨-୨ ସ୍ଥିତିକୁ ଆଣିବାକୁ ଚାହିଁବ ।