ବିଶ୍ୱ ଦରବାରରେ ନମୋଙ୍କ ପତିଆରାର ଝଲକ : ମୋଦିଙ୍କ ସହ ସେଲ୍ଫି ନେଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

112

କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀରେ ମୋଦି ମାନିଆ । କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବେ ବେଶ ଲୋକପ୍ରିୟ ନରେନ୍ଦ୍ର ମୋଦି । ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଷ୍କଟ୍ ମରିସନ ମଧ୍ୟ ମୋଦି ମାନିଆରୁ ବାଦ ପଡ଼ିନାହାନ୍ତି । ବିଶ୍ୱ ଦରବାରରେ ମୋଦିଙ୍କ ପତିଆରାର ଝଲକ ଜି-୨୦ ସମ୍ମିଳନୀରେ ଦେଖିବା ପାଇଁ ମିଳିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେଲ୍ଫି ନେଇଛନ୍ତି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ।

ସାରା ବିଶ୍ୱରେ ମୋଦି ମାନିଆ । ଜି-୨୦ ଶିଖର ସମ୍ମିଳନୀରେ ମୋଦିଙ୍କ ସହ ସେଲ୍ଫି ନେଇ ଟ୍ୱିଟର ହ୍ୟାଣ୍ଟେଲରେ ପୋଷ୍ଟ କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ହସି ହସି ସେଲ୍ଫି ନେଇଥିବାର ସ୍ପଷ୍ଟ ଦେଖିବା ପାଇଁ ମିଳୁଛି । ଟ୍ୱିଟରରେ ଫଟୋ ପୋଷ୍ଟ କରି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୋଦି କେତେ ଭଲ । ଓସାକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାର ଚିତ୍ର ଗୋଟିଏ ପରେ ଗୋଟିଏ ସାମନାକୁ ଆସିବାରେ ଲାଗିଛି । ଦ୍ୱିତୀୟ ଦିନ ସମ୍ମିଳନୀରେ ଯୋଗ ଦେବାକୁ ଆସିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହାତ ମିଳାଇ ମୋଦିଙ୍କ ଅଭିବାଦନ କରିଛନ୍ତି ।

ଗତକାଲି ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିଲା । ୭୨ ପ୍ରତିଶତ ମତଦାନ ସହ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର କ୍ଷମତାକୁ ଫେରି ଥିବାରୁ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ ଆମେରିକା ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ମୋଦି ଆଜି ତୁର୍କୀ ରାଷ୍ଟ୍ରପତିଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ସହ ଅନ୍ତଜାର୍ତୀୟ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ହୋଇଛି । ଆତଙ୍କବାଦ ଓ ଜଳବାୟୁ ପରିବର୍ତନ ନେଇ ଦୁଇ ଦେଶର ନେତା ମିଳିତ ଭାବେ କାମ କରିବାକୁ ସହମତ ହୋଇଛନ୍ତି । ଜାପାନାର ଓସାକା ସହରରେ ଜି-୨୦ ଶିଖର ସମ୍ମିଳନୀ ବ୍ୟତୀତ ବ୍ରିକ୍ସ ନେତାଙ୍କ ସହ ଗତକାଲି ଆଲୋଚନା କରିଥିଲେ ମୋଦି । ବୈଠକରେ ନେରେନ୍ଦ୍ର ମୋଦି ଆତଙ୍କବାଦ ଉପରେ ଗର୍ଜିଥିଲେ ।