ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କୁ ଅତର୍କିତ ଆକ୍ରମଣ । ବାଲେଶ୍ୱର ସୋରରେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମାଡ ମାରିଲେ ଯୁବକ ।

148

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ । ଛାତ୍ରଛାତ୍ରୀ ରାସ୍ତାକଡରେ ଠିଆ ହୋଇ କଥା ହେଉଥିବା ବେଳେ କିଛି ଯୁବକ ଅତର୍କିତ ଭାବେ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ସେମାନଙ୍କ ପରିବାର ଲୋକ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ସଂପୃକ୍ତ ଯୁବକମାନେ ଖଣ୍ଡା ଓ ବାଡିରେ ଆକ୍ରମଣ କରିଥିବା ଜଣାପଡିଛି ।

ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ଘଟଣାରେ ଛାତ୍ରୀଙ୍କ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଛାତ୍ରଛାତ୍ରୀଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଛି ।