ଲାଂଚ ମାମଲାରେ ଜାମିନ ପାଇ ଜେଲରୁ ବାହାରିଲେ ଆଶୁତୋଷ ମିଶ୍ର । ହେଲେ ପୁଣି ଆୟବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗିରଫ କରିନେଲା ଭିଜିଲାନ୍ସ

280

କନକ ବ୍ୟୁରୋ: ଜାମିନ ପାଇ ଜେଲରୁ ମୁକୁଳିଲେ, ପୁଣି ଗିରଫ ହେଲେ । ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । କଳାହାଣ୍ଡି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସରକାରୀ ଓକିଲ ଆଶୁତୋଷ ମିଶ୍ର ରାଜ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ସରକାରଙ୍କ ଦ୍ୱାରା ବହିଷ୍କୃତ ହୋଇଛନ୍ତି । ଗତ ୩ ତାରିଖରେ ୧ ଲକ୍ଷ ଟଂକା ଲାଂଚ ନେଇଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ଦ୍ୱାରା ଆଶୁତୋଷ ମିଶ୍ର ଧରାପଡ଼ିଥିଲେ । ଭିଜିଲାନ୍ସ ତଦନ୍ତ ସମୟରେ ତାଂକ ଠାରୁ ସ୍ଥାବର ଓ ଅସ୍ଥାବର ମୋଟ୍ ୮୫ ଲକ୍ଷ ଟଂକାର ସମ୍ପତି ଠାବ ହୋଇଛି ।

ତେବେ ଚର୍ଚ୍ଚାର ବିଷୟ ହେଲା ଲାଂଚ ମାମଲାରେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା । ଏହାପରେ ଗତକାଲି ସେ ଜେଲରୁ ମୁକୁଳିଥଲେ । କିନ୍ତୁ ଆୟ ବହିର୍ଭୂତ ସମ୍ପତି ଠୁଲ ମାମଲାରେ ଭିଜିଲାନ୍ସ ଟିମ୍ ତାଂକୁ ଗିରଫ କରିବା ପାଇଁ ଜଗି ବସିଥିଲା । ଆଉ ଜେଲରୁ ବାହାରିବା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ପୁଣି ଉଠାଇ ନେଇଥିଲା । ଏହି ଘଟଣା ପରେ ତାଂକୁ ଭିଜିଲାନ୍ସ ସରକାରୀ ଓକିଲ ପଦରୁ ବି ସରକାର ବହିଷ୍କାର କରିଛନ୍ତି । ଜଣେ ସରକାରୀ ଓକିଲ ଥରେ ନୁହେଁ ଦୁଇ ଥର ଜେଲ ଯିବା ରାଜ୍ୟରେ ପ୍ରଥମ ଘଟଣା ।