ବଦଳିଲା ଟ୍ୱିଟରର ଠିକଣା : ଏଣିକି ଏକ୍ସ ଡଟ୍ କମ୍’ରେ ମିଳିବ ଟୁଇଟରର ସମସ୍ତ ସେବା ; ପରିଚୟ ହରାଇବ ନୀଳ ଚଢ଼େଇ, ଆଜି ଜାରି ହେବ ନୂଆ ଲୋଗୋ

107

କନକ ବ୍ୟୁରୋ : ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡିଆ ଟୁଇଟର ପରିଚୟକୁ ନେଇ ସଙ୍କଟ ସୃଷ୍ଟି ହୋଇଛି । ଟୁଇଟର ମାଲିକ ଏଲନ ମସ୍କ ଟୁଇଟରକୁ ରିବ୍ରାଣ୍ଡିଂ କରିବାକୁ ବିଚାର କରୁଛନ୍ତି । ଟୁଇଟରକୁ ସେ ସୁପର ଆପ ଭାବେ ବିକାସ କରିବାକୁ ଚାହୁଁଛନ୍ତି । ସୁପର ଆପରେ ସୋସିଆଲ ମିଡିଆ ସହିତ ଟାକ୍ସି ବୁକିଂ, ସପିଙ୍ଗ, ଅନଲାଇନ ପେମେଣ୍ଟ ଆଦି ବହୁ କାର୍ଯ୍ୟ ହୋଇପାରିବ ।

ମସ୍କ ଟୁଇଟର ଡଟ କମକୁ ବଦଳାଇ ଏକ୍ସ ଡଟ୍ କମ କରିଦେଇଛନ୍ତି । ଏକ୍ସ ଡଟ କମ ଖୋଲିଲେ ସିଧା ସଳଖ ଟୁଇଟର ଖୋଲୁଛି । ଏକ୍ସ ନାମର ଅନ୍ତରୀଣ ଲଗୋ ମଧ୍ୟ ଶୀଘ୍ର ଲାଗୁ ହେବ ବୋଲି ମକ୍ସ ସୂଚନା ଦେଇଛନ୍ତି । ଦୀର୍ଘଦିନରୁ କମ୍ପାନୀର ପରିଚୟ ଥିବା ନୀଳ ଚଢେଇକୁ ହଟାଇ ନୂଆ ଲୋଗୋ ଆଣିବାକୁ ଯାଉଛନ୍ତି ଏଲନ ମସ୍କ । ଟୁଇଟରର ନୂଆ ଲୋଗୋ କ’ଣ ହେବା ଦରକାର ତାକୁ ନେଇ ମସ୍କ ଭିଡିଓ ଜାରି କରିଛନ୍ତି ।