ଏକାମ୍ର କ୍ଷେତ୍ରକୁ ପୁଣି ଫେରିଲା ବାଇ-ଲ ବିବାଦ : ଦେବୀ ପାଦହରା ପୁଷ୍କରଣୀର ସୁରକ୍ଷା ପାଇଁ ଏନଏମ୍ଏ ଜାରି କଲା ଐତିହ୍ୟ ଚିଠା

ବିନା ଅନୁମତିରେ ୩୦୦ ମିଟର ପରିଧିରେ ହୋଇପାରିବନି ନିର୍ମାଣ କାମ

89

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ଆଗେଇ ଚାଲିଥିବା ବେଳେ ଜାତୀୟ ଐତିହ୍ୟ ପ୍ରାଧିକରଣ ର ବାଇ-ଲ ପ୍ରସଙ୍ଗ ବୀବାଦୀୟ ସ୍ଥିତି ସୃଷ୍ଟି କରୁଛି । ପୂର୍ବରୁ ଲିଙ୍ଗରାଜ ମନ୍ଦିରକୁ ନେଇ ବାଇ-ଲ ପ୍ରସଙ୍ଗରେ ବିବାଦ ଉଠିଥିବା ବେଳେ ଏବେ ପୁଣି ଦେବୀପାଦହରା ପୁଷ୍କରଣୀକୁ ନେଇ  ଆସିଥିବା ଚିଠା ପ୍ରସ୍ତାବ ନୂଆ ବିବାଦର ସୁତ୍ରପାତ କରିଛି  ବୋଲି କୁହାଯାଉଛି ।

ତେଣୁ ଏକାମ୍ର ବିକାଶ ଯୋଜନା ବାଟବଣା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ଖବର ପ୍ରଚାରିତ ହେବା ପରେ ପରୁଣା ଭୁବନେଶ୍ୱର ଅଂଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପୁଷ୍କରିଣୀ ସୁରକ୍ଷା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାୟ ଅଧିନସ୍ଥ ଏନଏମଏ ଐତିହ୍ୟ ଚିଠା ବା ବାଇ-ଲ ଜାରି କରିଛନ୍ତି । ଆସନ୍ତା  ଜୁଲାଇ ୧୫ ତାରିଖ ସୁଦ୍ଧା ଜନସାଧାରଣଙ୍କ ଠାରୁ ଆପତି ଅଭିଯୋଗ ଲୋଡ଼ା ଯାଇଛି ।