ତୁର୍କିରେ ଭୀଷଣ ଭୂମିକମ୍ପ । ୭.୮ ତୀବ୍ରତାରେ ମାଟିରେ ମିଶିଲା ଘର , ଅଟ୍ଟାଳିକା, ଅନେକ ମୃତ ସୂଚନା

175

କନକ ବ୍ୟୁରୋ: ଅଜି ଭୋର ସମୟରେ ତୁର୍କୀରେ ଭୀଷଣ ଭୂମିକମ୍ପ ଯୋଗୁଁ ଏଠାରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିବା ଜଣାପଡିଛି । ତୁର୍କୀ ଗାଜିୟାଟେପ୍ ନିକଟରେ ୧୭. ୯ କିଲୋମିଟର ଗଭୀରତାରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଛି ।

ଆଜି ଭୋର ପାଖାପାଖି ୪ଟା ୧୭ ମିନିଟରେ ଭୂମିକମ୍ପ ହୋଇଛି । ଏଠାରେ ବଡ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ଏବେଯାଏଁ ୫ରୁ ଅଧିକ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।