ଆଦାନୀ ପ୍ରସଙ୍ଗରେ ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ : ଦେଶବ୍ୟାପୀ ସମସ୍ତ ଏଲଆଇସି ଓ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ

98

କନକ ବ୍ୟୁରୋ : ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି କଂଗ୍ରେସ । ତେଣୁ ସରକାରଙ୍କ ନିରବତାକୁ ନେଇ କଂଗ୍ରେସ ଆଜି ଦେଶବ୍ୟାପୀ ବିରୋଧୀ ପ୍ରଦର୍ଶନ କରିବ । ଏଲ୍ଆଇସି ଏବଂ ଏସବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ । ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ୧୦ ଲକ୍ଷ କୋଟି ଟଙ୍କା ହରାଇଲାଣି ।

ଆଦାନୀ ଗ୍ରୁପ ସେୟାର ଅଧିାରୁ ଅଧିକ ୫୮ ପ୍ରତିଶତ ହ୍ରାସ ପାଇଲାଣି । ଏହି ରିପୋର୍ଟ ପରେ ଭାରତୀୟ ଷ୍ଟକ ମାର୍କେଟ ମଧ୍ୟ ପ୍ରଭାବିତ ହୋଇଛି । ନିବେଶକମାନେ ଆଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାର ବିକ୍ରି କରୁଥିବାରୁ ଆଦାନିଙ୍କ ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି । ହିଣ୍ଡେନବର୍ଗର ସବୁ ଅଭିଯୋଗକୁ ଆଦାନୀ ଗ୍ରୁପ ଖଣ୍ଡନ କରିଥିଲେ ବି ନିବେଶକମାନଙ୍କ ଏହାର ପ୍ରଭାବ ପଡିନାହିଁ । ଆଦାନୀ ଟୋଟାଲ ଗ୍ୟାସ କମ୍ପାନୀର ସେୟାର ମୂଲ୍ୟ ୪ ଦଶମିକ ୨୮ ଲକ୍ଷ କୋଟି ଥିବା ବେଳେ ଏହା ୧ ଦଶିମକ୍ ୭୯ ଲକ୍ଷ କୋଟିକୁ ଖସିଆସିଛି ।

ସେହିପରି ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ମୂଲ୍ୟ ୩ ଦଶିମ୍ ୯୨ ଲକ୍ଷ କୋଟି ଥିବା ବେଳେ ଏହା ୧ ଦଶମିକ ୮୧ ଲକ୍ଷ କୋଟିକୁ ଖସି ଆସିଛି । ଆଦାନୀ ଟ୍ରାନ୍ସମିସନ ୩ ଦଶମିମ୍ ୪ ଲକ୍ଷ କୋଟିରୁ ୧ ଦଶମିକ ୫୬ ଲକ୍ଷ କୋଟି, ଆଦାନୀ ଗ୍ରୀନ ଏନର୍ଜୀ ୩ ଲକ୍ଷ କୋଟିରୁ ୧ ଦଶମିକ ୪୮ ଲକ୍ଷ କୋଟି, ଆଦାନୀ ପୋଟର୍ସ ୧ ଦଶମିକ୍ ୬୪ ଲକ୍ଷ କୋଟିରୁ ୧ ଦଶମିକ୍ ୮ ଲକ୍ଷ କୋଟିକୁ ଖସି ଆସିଛି । ଦେଖିବାକୁ ଗଲେ ବିଦେଶୀ ନିବେଶକମାନେ ୨୦୨୩ରେ ଭାରତୀୟ ଷ୍ଟକ ବଜାରରୁ ୩୪ ହଜାର ୬୦୫ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି ।