ହାତୀ ହତ୍ୟା ଅଭିଯୁକ୍ତକୁ ପଚରାଉଚରା ବେଳେ ମୃତ୍ୟୁ ଅଭିଯୋଗ : ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀ ଅଟକ

96

କନକ ବ୍ୟୁରୋ : ହାତୀ ହତ୍ୟା ଅଭିଯୁକ୍ତକୁ ପଚରାଉଚରା ବେଳେ ମୃତ୍ୟୁ ଅଭିଯୋଗ । କଟକ ଆଠଗଡରୁ ଆସିଛି ଏଭଳି ଅଭିଯୋଗ । ହାତୀ ହତ୍ୟା ଅଭିଯୁକ୍ତ ଧନେଶ୍ୱର ବେହେରାଙ୍କୁ ବନ ଅଧିକାରୀ ଅଟକ ରଖି ପଚରାଉଚରା କରୁଥିଲେ । ଏହି ସମୟରେ ୫୯ ବର୍ଷୀୟ ଧନେଶ୍ୱରଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଆଠଗଡ ପୋଲିସ ବଡମ୍ବା ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀ ଅଟକ ରଖିଛନ୍ତି । ଦୁଇ ଦିନ ତଳେ ହାତୀର ମୃତଦେହ ଠାବ ହୋଇଥିଲା । ଦନ୍ତାହାତୀର ଶିକାର ଅଭିଯୋଗରେ ଧନେଶ୍ୱର ବେହେରାଙ୍କୁ ଉଠାଇନେଇଥିଲେ ବଡମ୍ବା ରେଞ୍ଜର ଅଧିକାରୀ । ଧନେଶ୍ୱରଙ୍କ ଘର ବଡମ୍ବା ଖୁଣ୍ଟକଟାର ସାତଗୋଛିଆ ଗାଁ ହୋଇଥିବା ସୂଚନା ।