ପ୍ରଥମ ଥର ପାଇଁ ତେଲୁଗୁ ସିନେମାରେ ନଜର ଆସିବେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ

65

ବିଗ୍ ବି ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ ଏକ ତେଲୁଗୁ ସିନେମାରେ ଅଭିନୟ କରିବାକୁ ନେଇ ଶୁଣିବାକୁ ମିଳିଛି । ତେବେ ଏହି ତେଲଗୁ ସିନେମାର ନାଁ ହେଲା ‘ରିତୁ’। ଏହି ସିନେମାର ନିର୍ଦେଶନା ଦେଉଛନ୍ତି ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ନିର୍ଦେଶକ କ୍ରିଷ୍ଣା ବାମସୀ। ଏହି ସିନେମାଟିରେ ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତା ନନ୍ଦମୁରି ବାଲକ୍ରିଷ୍ଣା ମଧ୍ୟ କାମ କରିବେ ।

ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଉଭୟ ନିର୍ଦ୍ଦେଶକ କ୍ରିଷ୍ଣା ବାମସୀ ଏବଂ ଅଭିନେତା ନନ୍ଦମୁରି ବାଲକ୍ରିଷ୍ଣା ଅମିତାଭ ବଚ୍ଚନଙ୍କ ସହ ଏହି ପ୍ରୋଜେକ୍ଟ ବିଷୟରେ କଥା ହୋଇଛନ୍ତି ଏବଂ ବିଗ୍ ବି ମଧ୍ୟ ସେଥିରେ କାମ କରିବାକୁ ରାଜି ହୋଇଛନ୍ତି । ତେବେ କୃଷକମାନଙ୍କ ସମସ୍ୟା ଉପରେ ଆଧାରିତ ଏହି ସିନେମାଟିର ସୁଟିଂ ଏଇ ବର୍ଷ ଜୁଲାଇରେ ଆରମ୍ଭ ହେବ କାରଣ ଅମିତାଭ ବଚ୍ଚନ ଜୁନ୍ ମାସ ଯାଏଁ ବ୍ୟସ୍ତ ଅଛନ୍ତି ।