ବାରବାଟୀରେ ଖେଳାଯିବ ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ! ଆସନ୍ତାକାଲିଠାରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ

27

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୧୯ ରେ ବାରବାଟୀରେ ଖେଳାଯିବ ଭାରତ ଇଂଲଣ୍ଡ ଦିନିକିଆ । ପାଖାପାଖି ୪୨ହଜାର ରୁ ଉର୍ଦ୍ଧ ଦର୍ଶକ କ୍ଷମତା ବିଶିଷ୍ଟ ବାରବାଟୀ ରେ ୩୧ ହଜାର ଟିକେଟ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏନେଇ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲାଇନ ଟିକେଟ୍ ବିକ୍ରି ।

ଦେଶରେ ବିମୁଦ୍ରାକରଣ ସ୍ଥିତି କୁ ଦୃଷ୍ଟି ରେ ରଖି ଓସିଏ ପୂର୍ବଥର ଅପେକ୍ଷା ଏ ବର୍ଷ ଅନଲାଇନ୍ ଟିକେଟ ସେଲିଂ କୁ ବେଶୀ ପ୍ରଧାନ୍ୟ ଦେଇଛି । ପୂର୍ବ ଥର ଅନଲାଇନ ରେ ୨୦ ପ୍ରତିଶତ ଟିକେଟ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲା ଏଥର ଏହା ୨୫ ପ୍ରତିଶତ କୁ ବୃଦ୍ଧି କରାଯାଇଛି ।

ସେହିପରି ପୂର୍ବଥରର ବୋତଲ ଫିଙ୍ଗା ଘଟଣାର ଯେପରି ପୁନରାବୃତ୍ତି ନ ଘଟେ ସେଥିପାଇଁଁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥର ପଡିଆ ମଧ୍ୟକୁ ପାଣି ପାଉଚ୍ ଏବଂ ପାଣି ବୋତଲ ନେବା ସଂପୁର୍ଣ ନିଷେଧ କରାଯାଇଛି । ପ୍ରତି ଗ୍ୟାଲେରୀରେ ଫୁଲ୍ ନେଟିଂ କରାଯିବ । ଫଳରେ ଗ୍ୟାଲେରୀରୁ ପଡିଆ ମଧ୍ୟକୁ କିଛି ଆସିବ ନାହିଁ । ସେହିପରି ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରୀରେ ସିସିଟିଭିର ବ୍ୟବସ୍ଥା ମଧ୍ୟ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –