ହୁଗୁଳାପଟାରେ ମଧ୍ୟାହ୍ନ ଭୋଜନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ! ତଳେ ବସି ଧର୍ମେନ୍ଦ୍ର ପ୍ରଧାନ,ଅରୁଣ ସିଂଙ୍କ ସହ କଦଳୀପତ୍ରରେ ଖାଇଲେ ଅମିତ ଶାହ

39

କନକ ବ୍ୟୁରୋ : ହୁଗୁଳା ପଟାରେ ବୁଥ କାଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାପରେ ଅମିତ ଶାହ ଜଣେ ମଧ୍ୟାହ୍ନ ଭୋଜନ କରିଥିଲେ । ତଳେ ବସି କଦଳୀ ପତ୍ରରେ ସେ ଶୁଦ୍ଧ ସାକାହାରୀ ଭୋଜନ କରିଥିଲେ । ଏହି ମଧ୍ୟାହ୍ନ ଭୋଜନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଦଳର ଅନ୍ୟ ବରିଷ୍ଠ ନେତା ବି ସାମିଲ ହୋଇଥିଲେ । ମଧ୍ୟାହ୍ନଭୋଜନରେ ଭାତ, ଡାଲି, ଦହି, ଶାଗଭଜା ଖାଇଥିଲେ ଅମିତ ଶାହ ।