ଯାଜପୁରରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ! ଘଟଣା ସ୍ଥଳରେ ମହିଳା ମୃତ, ୮ ମାସର ଶିଶୁ ଗୁରୁତର

194

କନକ ବ୍ୟୁରୋ : ଯାଜପୁର ଜିଲ୍ଲାର ଯାଜପୁର ରୋଡ୍ ଦଳା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ପଛରେ ଧକ୍କା ଦେଲା ୧୦୮ ଆଂବୁଲାନ୍ସ । ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ୮ ମାସର ଶିଶୁପୁତ୍ର ଗୁରୁତର ଆହତ ହୋଇଛି । ଗୁରୁତରଙ୍କୁ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତି କରାଯାଇଥିଲା, ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତ ମହିଳା ଓ ଆହତ ଶିଶୁଙ୍କର କୌଣସି ପରିଚୟ ମିଳିପାରିନି । ସୂଚନା ଅନୁସାରେ  ୧୦୮ ଆଂବୁଲାନ୍ସଟି ପାଣିକୋଇଲି ଆଡୁ ଯାଜପୁର ରୋଡ୍ ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲ । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି ।