ଗିରଫ ହେଲେ ରସିକିଆ ଟ୍ୟୁସନ୍ ସାର । ସମ୍ବଲପୁରରୁ ଉଦ୍ଧାର ହେଲେ ଦୁଇ ଛାତ୍ରୀ ।

366

ଗିରଫ ହେଲେ ରସିକିଆ ଟ୍ୟୁସନ୍ ସାର । ସମ୍ବଲପୁରରୁ ଉଦ୍ଧାର ହେଲେ ଦୁଇ ଛାତ୍ରୀ ।କନକ ବ୍ୟୁରୋ: ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରିବା ମାମଲାରେ ଧରା ପଡିଛନ୍ତି ଅଭିଯୁକ୍ତ ସାର୍ । ସମ୍ବଲପୁର ଅଇଁଠାପାଲିରୁ ପୋଲିସ ତାଙ୍କୁ ଗିରଫ କରିଛି । ଟ୍ୟୁସନ ସାର ଗୋପାଳକୃଷ୍ଣ ବର୍ତ୍ତିଆଙ୍କୁ ପୋଲିସ ଗିରଫ କରିବା ସହ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ଗୋପାଳକୃଷ୍ଣ ୨ ଦିନ ଧରି ୨ ଛାତ୍ରୀଙ୍କୁ ନେଇ କେଉଁ ଆଡେ ଫେରାର୍ ହୋଇଯାଇଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କ କୌଣସି ପତ୍ତା ମିଳିନଥିଲା । ଫଳରେ ବାଧ୍ୟହୋଇ ଗତକାଲି(ମଙ୍ଗଳବାର) ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୁଲିସ ଖାନତଲାସି କରି ଟ୍ୟୁସନ ସାରଙ୍କୁ ସମ୍ବଲପୁରରୁ ଗିରଫ କରିବା ସହ ୨ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଅପହରଣ ହୋଇଥିବା ଜଣେ ଛାତ୍ରୀ ଦଶମ ଶ୍ରେଣୀର ହୋଇ ଥିବାବେଳେ ଅନ୍ୟଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ତେବେ କେଉଁ କାରଣରୁ ସାର୍ ଛାତ୍ରୀ ଦ୍ବୟଙ୍କୁ ଅପହରଣ କରିଥିଲେ ସେନେଇ ସ୍ପଷ୍ଟ ହୋଇନାହିଁ । ପୋଲିସ ମାମଲାରେ ତଦନ୍ତ ଜାରି ରଖିଛି ।