କନକ ବ୍ୟୁରୋ: ନ୍ୟୁଜମେକର-୨୦୨୧ରେ ପ୍ରଥମ ପ୍ରସଙ୍ଗ ଥିଲା କୃଷି ଆଇନ: ଆନ୍ଦୋଳନ ଜିତିଲା, ସଂସ୍କାର ହାରିଲା । ଏଥିରେ ସାମିଲ ହୋଇଥିଲେ ଭାରତୀୟ କିଷାନ ସଂଘର ପ୍ରବକ୍ତା ରାକେଶ ଟିକାୟତ । ସବୁ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ, ଏମଏସପି ଲାଗୁ କରିବାକୁ ସେ ଦାବି କରିଥିଲେ । ସେ କହିଥିଲେ, ସେ ରାଜନୀତିକୁ ଆସିବେ ନାହିଁ । କୃଷକ ମୋର୍ଚ୍ଚା ବି ନିର୍ବାଚନ ଲଢିବ ନାହିଁ । ଦେଶକୁ ମୋଦି ନୁହେଁ ବଡ ବଡ କମ୍ପାନୀ ଚଳାଉଛନ୍ତି ବୋଲି ରାକେଶ ଅଭିଯୋଗ କରିଛନ୍ତି । କୃଷକ ଆନ୍ଦୋଳନରେ ଓଡିଶା କୃଷକଙ୍କ ବହୁତ ସହଯୋଗ ଥିଲା । ୟୁପି ନିର୍ବାଚନରେ ଲୋକେ ବିଜେପିକୁ ଭୋଟ ଦେବେ ନାହିଁ ବୋଲି କହିଛନ୍ତି ରାକେଶ ଟିକାୟତ ।
ଆଗକୁ ପଢନ୍ତୁ