କାହିଁକି ଚାଲିପାରିଲା ନାହିଁ ବିଧାନସଭା ? ନ୍ୟୁଜମେକର୍ ୨୦୨୧ରେ ବିଧାନସଭାକୁ ନେଇ ବଡ ଆଲୋଚନା

116

କନକ ବ୍ୟୁରୋ : ଚଳିତ ଥର ସୁରୁଖୁରୁରେ ଚାଲିପାରିଲା ନାହିଁ  ବିଧାନସଭା । ବିଧାନସଭାରେ ଉଠିଥିଲା ମମିତା ହତ୍ୟା ପ୍ରସଙ୍ଗ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାରମ୍ବାର ମୁଲତବି ହୋଇଥିବା ଗୃହ । ଆଉ ଏନେଇ କନକ ନ୍ୟୁଜରେ ନ୍ୟୁଜମେକର ୨୦୨୧ କାର୍ଯ୍ୟକ୍ରମରେ ହୋଇଥିଲା ବଡ ଆଲୋଚନା ।

ବିଧାନସଭା କାହିଁକି ଚାଲିପାରିଲା ନାହିଁ? ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆମେ କହିଥିଲୁ ମମିତା ପ୍ରସଙ୍ଗରେ ଆଲୋଚନା କରନ୍ତୁ ଗୃହ ଚାଲିବ । କିନ୍ତୁ ପ୍ରତିବାଦ ଆରମ୍ଭରୁ ଗୃହକୁ ୪ଟା ଯାଏଁ ମୁଲତବୀ କରୁଥିଲେ । ତେଣୁ ଆଲୋଚନା ହୋଇଥାନ୍ତା କିପରି ? କେଉଁ ଉଦ୍ଦେଶ୍ୟ ରଖି ମମିତା ପ୍ରସଙ୍ଗରେ ଆଲୋଚନାକୁ ଅନୁମତି ମିଳିଲାନି

ଏହି ପ୍ରସଙ୍ଗରେ ବିଜୟ ମହାପାତ୍ର କହିଛନ୍ତି, ବିଧାନସଭାରେ ଯିଏ ଜୋତା ଫୋପାଡିଥିଲେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଧାନସଭାରେ ଘଣ୍ଟ ପିଟିବାର ମୁଁ ଘୋର ବିରୋଧୀ । ଏହା ବିଧାନସଭାର ପରମ୍ପରାକୁ କଳୁଷିତ କରୁଛି । ବିଧାନସଭାରେ ଶାସକ ଓ ବିରୋଧୀ ଦଳର ଯେଉଁ ଭୂମିକା ରହିଛି ତାହା ଚଳିତ ଅଧିବେଶନରେ ପରିପାଳନ ହେଲା ନାହିଁ  । ବିକାଶ ଓ ପ୍ରଗତିକୁ କେହି ବିରୋଧ କରିବେନି । କିନ୍ତୁ ଯୋଜନା ପଛରେ ସ୍ୱଚ୍ଛତା ରହିବା ଆବଶ୍ୟକ, ଯାହା ଏବେ ନାହିଁ ।

ସେପଟେ ଏହାର ଉତ୍ତର ରଖି ଦେବୀ ମିଶ୍ର କହିଛନ୍ତି, ସରକାର କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ମନା କରିନାହାନ୍ତି । ବିଧାନସଭା ସୁରୁଖୁରରେ ଚଲାଇବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ । ଆଲୋଚନା ମାଧ୍ୟମରେ ଉତ୍ତର ପାଇପାରିଥାନ୍ତେ ବିରୋଧୀ । କିନ୍ତୁ ଗୃହ ଆରମ୍ଭରୁ ଘଣ୍ଟ ବାଜିଲା, ଗୋବର ପାଣି ପଡିଲା