ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍ ।

112

କନକ ବ୍ୟୁରୋ: ମାଲକାନଗିରିରୁ ଉଡିବ ଏୟାର ହେଲଥ ସର୍ଭିସ । ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସହ ଡାକ୍ତର ମଧ୍ୟ ଏୟାର ଆମ୍ବୁଲାନ୍ସରେ ଯାଇ ରୋଗୀ ଚିକିତ୍ସା କରିବେ ବୋଲି ଜଣାପଡିଛି । ଏନେଇ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ଟିମ । ଟ୍ରମା ସେଂଟର, ଅତ୍ୟାଧୁନିକ ଓଟି ସହ ଆବଶ୍ୟକୀୟ ଭିତ୍ତିଭୂମି ଅନୁଧ୍ୟାନ କରି ଫେରିଛି ଏହି ଟିମ୍ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ନୁଆପଡା, କଳାହାଣ୍ଡିରୁ ଏହି ଏୟାର ହେଲଥ ସର୍ଭିସ ହେବ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର, ଏସସିବି ମେଡିକାଲ କଲେଜର ଡିନ୍ ଡ. ଦନ୍ତେଶ୍ୱର ହୋତା, ଆସିଷ୍ଟାଣ୍ଟ ଡିଏମଇଟି ଡ. ଉମାକାନ୍ତ ଶତପତି ପ୍ରମୁଖ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରିଫେରିଛନ୍ତି ।