ବଜେଟ୍ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ କମ ।

139

କନକ ବ୍ୟୁରୋ: ରାଜ୍ୟ ବଜେଟ୍ ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଯେଉଁଥିରେ ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ ହାର କମ ରହିଥିବା ଆକଳନ କରାଯାଇଛି । ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ମାଇନସ ୪.୯୨ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର ମାଇନସ ୭.୭ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨.୩୦ ପ୍ରତିଶତ କମିବ ବୋଲି ସର୍ଭେରେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୦-୨୧ରେ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ୧,୦୨,୧୫୬ ଟଙ୍କା ରହିବ ବୋଲି ଆକଳନ କରାଯାଇଛି । ପୂର୍ବବର୍ଷ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ୧,୦୪,୫୬୬ ଟଙ୍କା ଥିଲା । ଗତବର୍ଷ ତୁଳନାରେ ଜାତୀୟ ମୁଣ୍ଡପିଛା ଆୟ ହାରାହାରି ୫.୪୧ ପ୍ରତିଶତ କମିବ ବୋଲି ଆକଳନ କରାଯାଇଛି ।