ତ୍ରିରଙ୍ଗା ପରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ ! ପୁଣି ବିବାଦରେ ଅନଲାଇନ୍ ସପିଂ ସାଇଟ୍ ଆମାଜନ୍

62

କନକ ବ୍ୟୁରୋ : ପୁଣି ବିବାଦରେ ଅନଲାଇନ୍ ସପିଂ ସାଇଟ୍ ଆମାଜନ୍ । ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଅପମାନ କରିବା ପରେ ଏବେ ମହାତ୍ମା ଗାନ୍ଧୀଙ୍କୁ ଅପମାନ । ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଓ ବାର୍ତା ଥିବା ଚପଲ ବିକ୍ରି କରୁଛି ଆମାଜାନ । ଏନେଇ ଟ୍ୱିଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କିଛି ଭାରତୀୟ । ଏହି ଚପଲର ମୂଲ୍ୟ ୧୬.୯୯ ଡଲାର ରଖିଥିବା ବେଳେ ଡାକଖର୍ଚ୍ଚ ୨.୯୯ ଡଲାର ରଖାଯାଇଛି । ଏହାର ବିକ୍ରେତା ହେଉଛି କାଫେପ୍ରେସ ।

ଗତ ବୁଧବାର ଦିନ ତ୍ରିରଙ୍ଗା ଚିତ୍ରର ପାପୋଛ ନେଇ କଡା ପ୍ରତିକ୍ରିୟା ରଖିଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଫଳରେ ଆମାଜନ ପକ୍ଷରୁ କ୍ଷମାମାଗିବା ସହ ଏହି ପାପୋଛକୁ ହଟାଇ ଦିଆଯାଇଥିଲା । ଏବେ ମହାତ୍ମା ଗାନ୍ଧୀକୁ ଅପମାନ ଦିଆଯାଇଛି । ଏନେଇ ସରକାର ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି । ବାରମ୍ବାର ଭାରତ ପ୍ରତି ଆମାଜନର ଏଭଳି ଆଭିମୁଖ୍ୟକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।