ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ-ଏଲ୍-୧ : ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ, ସୂର୍ଯ୍ୟର ଗତିବିଧି ଉପରେ କରିବ ଅନୁଧ୍ୟାନ

116

କନକ ବ୍ୟୁରୋ : ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ-ଏଲ୍-୧ । ଦିନ ୧୧ଟା ୪୫ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ କରାଯିବ । ସେଥିପାଇଁ ମହାକାଶ ଯାନରେ ଥିବା ଥ୍ରଷ୍ଟରକୁ କିଛି ସମୟ ଲାଗି ଚାଲୁ କରାଯିବ । ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ପିଏସଏଲଭି ପ୍ରକ୍ଷେପଣର ୨୫ ମିନିଟ୍ ପରେ ପିଏସ୍୪ ବା ରକେଟର ଉପର ସ୍ତରକୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲୁ କରାଯାଇଥିଲା । ଏହାର ୨୬ ମିନିଟ୍ ପରେ ପୁଣି ଥରେ ପିଏସ୪କୁ ୮ ମିନିଟ୍ ପର୍ଯ୍ୟନ୍ତ ଫାୟାର କରାଯାଇଥିଲା । ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ ଆଦିତ୍ୟ-ଏଲ୍-୧ । ଏହି ସମୟରେ ୫ ଥର ତାର କକ୍ଷପଥ ବଦଳାଯିବ । ସୂର୍ଯ୍ୟର ଗତିବିଧି ଉପରେ ଅନୁଧ୍ୟାନ କରିବ ।