ପୁଅ ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ଧରି ଫେରୁଥିଲେ ବାପା, ବାଟରେ ମାଡିଗଲା ମୃତ୍ୟୁ । ଖୁସି ଖବର ବଦଳରେ ସମ୍ପର୍କୀୟ ପାଇଲେ ଦୁଃଖଦ ଖବର ।

1,592

କନକ ବ୍ୟୁରୋ: ୧୧ ଦିନ ପରେ ପୁଅର ବାହାଘର । ବନ୍ଧୁବାନ୍ଧବ ସମସ୍ତଙ୍କୁ ଡକାଯିବ । ଖୁସି ମନରେ ବାହାଘର ନିମନ୍ତ୍ରଣ କାର୍ଡ ଧରି ଫେରୁଥିବା ବେଳେ ବାଟରେ ଗାଡି ଧକ୍କାରେ ଜୀବନ ଚାଲିଯାଇଛି । ଯେଉଁମାନେ ବାହାଘର ଖବର ପାଇବାକୁ ଅପେକ୍ଷା କରିଥିଲେ ସେମାନେ ଶୁଣିଲେ ମୃତ୍ୟୁ ଖବର । ଖୁସି ନୁହେଁ ଦୁଃଖର ଖବର । ଏଭଳି ଏକ ହୃଦୟଥରା ଦୁର୍ଘଟଣା ଘଟିଛି ବାଲେଶ୍ୱର ଫକୀରମୋହନ ଗୋଲେଇ ନିକଟରେ ।

ମୃତକ ଜଣଙ୍କ ହେଉଛନ୍ତି ସିଂଲା ଥାନା ସାନଅସ୍ତି ଗାଁର ହରିପଦ ଦାସ । ବାଲେଶ୍ୱର ଜିଲ୍ଲା ଯୋଗାଣ ବିଭାଗରେ ସେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ । ଚାଉଳ ବସ୍ତା ନେଇ ବାଇକରେ ଯିବା ବେଳେ ଏକ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ପରେ ତାଙ୍କୁ ମେଡିକାଲ ନେଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ବ୍ୟାଗରୁ ପୁଅ ବାହାଘର କାର୍ଡ ଥିଲା । ଆସନ୍ତା ୨୨ରେ ପୁଅ ବାହାଘର ଥିବା ବେଳେ ଖୁସିର ମୁହୂର୍ତ୍ତ ଆସିବା ଆଗରୁ ମାଡି ଆସିିଥିଲା ମୃତ୍ୟୁ ।