ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଘରେ ବାଜିବ ଶାହାନାଇ । କିଏ ହେବ ମୁକେଶ ଅମ୍ବାନୀଙ୍କ ବୋହୁ? ଜାଣନ୍ତୁ…….

24

ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହର ଚର୍ଚ୍ଚା ଜୋର ଧରିଛି । ସମସ୍ତଙ୍କ ମନରେ କେବଳ ପ୍ରଶ୍ନ ଉଙ୍କି ମାରୁଛି କି ଆକାଶ ଅମ୍ବାନୀଙ୍କ ବିବାହ ଏହି ବର୍ଷ ହବ କି? ଧନୀ ପରିବାରର ବଡ ବହୁ କିଏ ହବ ? ସୂତ୍ରରୁ ପ୍ରକାଶ ପାଇଛି ଯେ ଏହି ଖବର ପୂରା ଠିକ । ଆମେ ଜଣାଇ ଦେଉଛୁ ଯେ ହୀରା ବ୍ୟବସାୟୀ ରସେଲ ମେହତାଙ୍କ ଛୋଟ ଝିଅ ଶ୍ଲୋକା ମେହତାଙ୍କ ସହ ଆକାଶ ଅମ୍ବାନୀଙ୍କ ବିବାହ ହେବାକୁ ଯାଉଛି ।

ସୂତ୍ରରୁ ଜଣାପଡିଛି, ଆକାଶ ସବୁଠୁ ବଡ ଉଦ୍ୟୋଗୀ ଏବଂ ରିଲାଏନ୍ସ କମ୍ପାନୀର ପ୍ରମୁଖ ମୁକେଶ ଅମ୍ବାନୀଙ୍କ ବଡ ପୁଅ । ଉଭୟଙ୍କ ପରିବାର ଏହି ବିଷୟରେ କିଛି କହିବାକୁ ମନା କରିଛନ୍ତି । କିନ୍ତୁ ନିର୍ବନ୍ଧର ଘୋଷଣା କିଛି ସପ୍ତାହ ମଧ୍ୟରେ ଓ ବିବାହ ଉତ୍ସବ ଡିସେମ୍ବରରେ ହୋଇପାରେ ।

ଅମ୍ବାନୀ ଓ ମେହତା ପରିବାର ଉଭୟେ ଚିହ୍ନା ପରିଚିତ । ଆକାଶ ଓ ଶ୍ଲୋକା ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକା ସାଙ୍ଗରେ ପଢ଼ୁଥିଲେ । ଏହି ବିଷୟରେ ଅମ୍ବାନୀ ପରିବାରଙ୍କୁ ପଠାଯାଇଥିବା ଇମେଲରେ କିଛି ଜବାବ ଆସିନଥିବା ଜଣାଯାଇଛି ।

ଆସନ୍ତୁ ଜାଣିବା ଶ୍ଲୋକା ମେହତାଙ୍କ ବିଷୟରେ । ଶ୍ଲୋକା, ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ିବା ପରେ ପ୍ରିଂଷ୍ଟନ ୟୁନିଭର୍ସିିଟିରୁ ଆନ୍ଥ୍ରୋପୋଲୋଜି ପଢ଼ିଥିଲେ । ସ୍ନାତକୋତ୍ତର କରିବା ପାଇଁ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଏବଂ ପଲିଟିକାଲ ସାଇନ୍ସକୁ ଯାଇଥିଲେ ଏବଂ ଆଇନରେ ସ୍ନାତକୋତ୍ତର କଲେ । ଡିଗ୍ରୀ ସାରିବା ପରେ ୨୦୧୪ରେ ରୋସି ବ୍ଲୁ ଫାଇଣ୍ଡେସନ ରେ ଡାଇରେକ୍ଟର ପଦ ସମ୍ଭାଳିଲେ । ସେ କନେକ୍ଟଫର ନାମକ ସଂସ୍ଥାରେ ସହ-ପ୍ରତିଷ୍ଠାତା ଅଛନ୍ତି । ଏହି ସଂସ୍ଥା ଏନଜିଓ ସଂସ୍ଥାକୁ ସାହାଯ୍ୟ କରେ ।