ଚୀନରେ କାଳ ସାଜିଛି ବାଲି ଝଡ। ଦକ୍ଷିଣ-ପଶ୍ଚିମ ଚୀନରେ ବାରମ୍ବାର ସୃଷ୍ଟି ହେଉଛି ଝଡ।

137

କନକ ବ୍ୟୁରୋ: ଚୀନର ଗୋବି ମରୁଭୂମିରେ କିଛି ଦିନ ପୂର୍ବରୁ ବନ୍ୟା ତାଣ୍ଡବ ସହିବା ପରେ ଏବେ ଚୀନରେ କାଳ ସାଜିଛି ବାଲି ଝଡ । ଲଗାତର କିଛି ଦିନ ଦକ୍ଷିଣ-ପଶ୍ଚିମ ଚୀନରେ ବାରମ୍ବାର ଏଭଳି ଝଡ଼ ସୃଷ୍ଟି ହେଉଛି । ଏହି ବାଲି ଝଡ କେତେ ଭୟଙ୍କର ଆପଣ ଏହି ଦୃଶ୍ୟ ଦେଖିଲେ ଜାଣିପାରୁଥିବେ । ସେଠାରେ ଥିବା କିଛି ପର୍ଯଟକ ନିଜ ମୋବାଇଲ କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରିଥିଲେ । ଆକ୍ୟୁୱେଦରର ରିପୋର୍ଟ ଅନୁସାରେ ଏହି ବାଲି ଝ ଚୀନ କାଞ୍ଜୀ ସହରରେ ହୋଇଛି । ହଠାତ ଏହି ଝଡ଼ ସୃଷ୍ଠି ହେବା ପରେ ସେଠାରେ ଥିବା ଯାତ୍ରୀ ଓ ଗାଡି ସବୁ କିଛି ବାଲି ଭିତରେ ବୁଡି ଯାଇଥିଲା । ପ୍ରାୟ ୪ ଘଣ୍ଟା ଧରି ବାଲି ଛଡ ତାଣ୍ଡବ ରଚିବା ସହ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ହାଇଶି ମଙ୍ଗୋଲ ଓ ତିବଦ୍ଧ ସ୍ୱଶାସିତ କ୍ଷେତ୍ର ।

ଭୟଙ୍କର ଝଡ ପାଇଁ ଶହ ଶହ ଯାତ୍ରୀ ଫଶି ରହିବା ସହ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ତେବେ ଚୀନରେ ଏହା ପ୍ରଥମ ଘଟଣା କି ଦିନିକିଆ ଘଟଣା ନୁହେଁ । ପ୍ରାୟ କିଛି ବର୍ଷ ହେବ ଜୁଲାଇ ଅଗଷ୍ଟ ମ।।ସରେ ଚୀନର ଦକ୍ଷିଣ-ପଶ୍ଚିମ ଅଂଚଳରେ ଏଭଳି ବାଲି ଝଡ ସୃଷ୍ଟି ହେବା ସହ କାଳ ହେଉଛି । ଧୁଳି ଓ ବାଲି ପ୍ରାୟ ୩ଶହ ଫୁଟ ଉଚ୍ଚ ଯାଏଁ ଉଠି ଭୟଙ୍କର ସ୍ଥିତି ସୃଷ୍ଟି କରୁଛି । ଚୀନରେ ଜଳବାୟୁ ପରିବର୍ତନ ଯୋଗୁଁ ଏଭଳି ହେଉଥିବା କହିଛି ଆକ୍ୟୁୱେଦର ରିପୋର୍ଟ । ସେପଟେ କେତେବେଳେ ପ୍ରବଳ ବନ୍ୟା ତ ପୁଣି କେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇପଡିଛି ଚୀନ ।