ସୁପ୍ରିମକୋର୍ଟରେ ପହଞ୍ଚିଲା ଶିବସେନା ମାମଲା। ମୁଖ୍ୟନିର୍ବାଚନ କମିଶନଙ୍କୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ। 

198

କନକ ବ୍ୟୁରୋ: ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ପହଁଞ୍ଚିଲେ ଉଦ୍ଧବ ଠାକରେ । ଆବେଦନରେ ଉଦ୍ଧବ କହିଛି, ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସମ୍ବନ୍ଧିତ ମାମଲାର ବିଚାର ଶେଷ ନହେବା ଯାଏଁ ନିର୍ବାଚନ କମିଶନ ଶିବସେନା କିଏ ତାର ବିଚାର କରିପାରିବେ ନାହିଁ । ତେଣୁ ସର୍ବୋଚ୍ଚ ନ୍ୟାୟଳୟ ଶିବସେନା ବାଛିବା  ପାଇଁ ଆରମ୍ଭ କରିଥିବା ପ୍ରକିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ  ବୋଲି ଉଦ୍ଧବ କ୍ୟାମ୍ପ ପକ୍ଷରୁ ନିବେଦନ କରାଯାଇଛି ।

ଶିବସେନା କାହାର? ମହାରାଷ୍ଟ୍ରରେ ଉଦ୍ଧବ ସରକାର ଭାଙ୍ଗି ସିନ୍ଦେ ସରକାର ଗଠନ ହେବା ପରେ ଶିବସେନା ଓ ଦଳୀୟ ଚିହ୍ନକୁ ନେଇ ଚାଲିଛି ଛକାପଂଝା । ଉଭୟ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ନିଜ ହାତରେ ଦଳ ଓ ଦଳୀୟ ଚିହ୍ନକୁ ରଖିବାକୁ ଚାହୁଁଛନ୍ତି । ଏପରିକି ନିଜ ନିଜ ଦାବି ନେଇ ଉଭୟ ଗୋଷ୍ଠୀ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲ । ଏବେ ଏଥିରେ ହସ୍ତକ୍ଷେପ କରି ଇସି ଦୁଇ ଗୋଷ୍ଠୀଙ୍କୁ ଅଗଷ୍ଟ ୮ ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା