ବିଜ୍ଞାନ ଯୁଗରେ ବି ସମାଜରେ ଅନ୍ଧବିଶ୍ୱାସର ଚିତ୍ର: ମୃତଦେହ ସତ୍କାର ନକରି ମନ୍ଦିରରେ ପକାଇ ରଖିଲେ ଦୁଇ ମହିଳା

94

କନକ ବ୍ୟୁରୋ: ବିଜ୍ଞାନ ଯୁଗରେ ବି ସମାଜରେ ଅନ୍ଧବିଶ୍ୱାସର ଚିତ୍ର । ଆନନ୍ଦପୁର ଫକୀରପୁରରେ ମୃତ ଦେହ ସତ୍କାର ନକରି ମନ୍ଦିରରେ ପକାଇ ରଖିଥିଲେ ମୃତକଙ୍କ ପରିଜନ । ଭଗବାନଙ୍କ ଆଦେଶ କୁଆଡେ ସେହି ମୃତ ଦେହରେ ପୁଣି ଥରେ ଜୀବନ ଫେରିଆସିବ । ଏନେଇ ମୃତ ଦେହକୁ ସକ୍ରାର ନକରି ଦୁଇ ମହିଳା ମନ୍ଦିରରେ ମୃତ ଦେହ ରଖି ଅଧିଆ ପଡିଥିଲେ । ଏହିଭଳି ଘଟଣା କୌଣସି ଉପାନ୍ତ ଅଂଚଳର ନୁହେଁ ବରଂ ଆନନ୍ଦପୁର ଫକୀରପୁର ଗାଁରେ ଦେଖିବାକୁ ମିଳିଛି । ଗାଁର ଜଣେ ମହିଳା ବାବା ବାଲୁଙ୍କେଶ୍ୱର ଆଦେଶ ରହିଛି ଓ ମୃତ ଦେହ ଜୀବୀତ ହେବାର କହିଥିଲେ । ଏହି କଥା ଶୁଣି ମୃତକଙ୍କ ପରିଜନ ଏହି ଦୁଇ ମହିଳା ମୃତ ଶରୀରକୁ ମନ୍ଦିରରେ ପକାଇ ରଖିଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ବୁଝାସୁଝା କରିବା ପରେ ପରିବାର ଲୋକ ମୃତ ଦେହ ନେଇ ଘରକୁ ଫେରିଥିଲେ ।