ନନ୍ଦନକାନନରେ ଦୁଇ ମୃତ ଶାବକକୁ ଖାଇଦେଲା ସିଂହୀ । ୪ ଶାବକକୁ ଜନ୍ମ ଦେଇଥିଲା ଏସୀୟ ପ୍ରଜାତିର ସିଂହୀ ରେୱା ।

ବିଶେଷଜ୍ଞ କହିଲେ, ଏହା ବନ୍ୟଜନ୍ତୁଙ୍କ ପ୍ରାକୃତିକ ସ୍ୱଭାବ   

239

କନକ ବ୍ୟୁରୋ: ନନ୍ଦନକାନନରୁ ଆସିଲା ଅଭାବନୀୟ ଖବର । ନନ୍ଦନକାନନରେ ସିଂହୀ ରେୱା ଜନ୍ମ ଦେଇଥିବା ନିଜ ଛୁଆକୁ ଖାଇ ଦେଇଛି । ସୂଚନା ଅନୁସାରେ ମଙ୍ଗଳବାର ଦିନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ  ଏସୀୟ ସିଂହୀ ରେୱା ୪ ଶାବକଙ୍କୁ ଜନ୍ମ ଦେଇଥିଲା । ତେବେ ଜନ୍ନ ହେବା ବେଳେ ହିଁ ଦୁଇ ଶାବକଙ୍କ ମୃତ୍ୟୁ ହୋଇଥିଲା । ଆଉ ସେହି ମୃତ ଶାବକଙ୍କୁ ସିଂହୀ ରେୱା ଅଧା ଖାଇଦେଇଥିବା ଜଣାପଡିଛି ।

ତେବେ ନୂଆବର୍ଷରେ ନନ୍ଦନକାନନରେ ଖୁସିର ମାହୋଲ ଦେଖିଥିବା ମିଳିଥିଲା ।  ସିଂହୀ ରେୱାର ପ୍ରଥମ ଗର୍ଭରୁ  ୪ ଶାବକ ନନ୍ଦନକାନନର ନୂଆ ଅତିଥି ସାଜିଥିଲେ ।  ମଙ୍ଗଳବାର ଦିନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ  ଏସୀୟ ସିଂହୀ ରେୱା ୪ ଶାବକଙ୍କୁ ଜନ୍ମ ଦେଇଥିଲା । ରେୱାର ଏହାଥିଲା ପ୍ରଥମ ଗର୍ଭ । ତେବେ ମାଆର ଯତ୍ନ ଅଭାବରୁ  ଦୁଇଟି ଶାବକଙ୍କ ମୃତ୍ୟୁ ହୋଇଛି ।  ପ୍ରଥମ ଥର ମା ହୋଇଥିବା ରେୱା ଅନ୍ୟ ଦୁଇଟିର ଯତ୍ନ ନେଇପାରିବ ନାହିଁ ବୋଲି ଜଣାପଡିଥିଲା । ତେଣୁ ସୁରକ୍ଷା ପାଇଁ  ଦୁଇ ନବଜାତ ସିଂହ ଶିଶୁଙ୍କୁ ମାଆ ଠାରୁ ଅଲଗା କରିଦିଆଯାଇ ଲାଳନ ପାଳନ କେନ୍ଦ୍ରକୁ ପଠାଯାଇଛି ।

  • ମୃତ ଶାବକଙ୍କୁ ଖାଇଗଲା ସିଂହୀ 
  • ମୃତ୍ୟୁ ପରେ କାହିଁକି ଖାଇଯାଆନ୍ତି ଶାବକ?

ସବୁଠାରୁ ବଡ କଥା ହେଲା,ଜନ୍ନ ହେବା ବେଳେ ହିଁ ଦୁଇ ଶାବକଙ୍କ ମୃତ୍ୟୁ ହୋଇଥିଲା ।  ମୃତ ଶାବକଙ୍କୁ  ସିଂହୀ ରେୱା ଅଧା ଖାଇଦେଇଥିବା ଜଣାପଡିଛି । ତେବେ ବିଶେଷଜ୍ଞଙ୍କ ମତରେ  ମୃତ ଶାବକଙ୍କୁ ଖାଇବା  ସିଂହୀ ସମେତ କିଛି ପଶୁଙ୍କ ସହଜାତ ପ୍ରବୃତ୍ତି ।   ଛୁଆ ମରିଯିବା ପରେ ସେମାନେ ସାଙ୍ଗେ ସାଙ୍ଗେ ଏହାକୁ ଖାଇଯାଆନ୍ତି ।  ଗର୍ଭଧାରଣ ବେଳେ ମାଆ ଶରୀରରେ ଯେଉଁ ଭିଟାମିନର ଅଭାବ ଥାଏ ତାହାକୁ ପୂରଣ କରିବାକୁ ଏମାନେ ନିଜ ମୃତ ଶାବକକୁ ମଧ୍ୟ ଖାଇଦିଅନ୍ତି ।  ଏହାଦ୍ୱାରା କିଛି ଶକ୍ତି ଓ ପ୍ରୋଟିନ ସେମାନଙ୍କ ଶରୀରକୁ ଚାଲିଯାଇଥାଏ ।

ବର୍ତ୍ତମାନ ଦୁଇ ସିଂହ ଶାବକଙ୍କୁ ମିଶାଇଲେ ନନ୍ଦନକାନନରେ ମୋଟ ସିଂହ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।  ଗତବର୍ଷ ନଭେମ୍ବର ମାସରେ ସିଂହୀ ବିଜଲୀ ୫ ଶାବକ ଜନ୍ମ ଦେଇଥିଲା ।