ଦାୟିତ୍ୱ ନେବା ପରେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଲେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍କକମଲ ଦହଲ ପ୍ରଚଣ୍ଡ । କହିଲେ ଖୁବ ଶିଘ୍ର ନେପାଳରେ ମିଶିବ ୩ଟି ବିବାଦୀୟ ଅଂଚଳ

107

କନକ ବ୍ୟୁରୋ : ନେପାଳରେ ନୂଆ ସରକାର ଗଠନ ହୋଇଛି । ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପୁଷ୍ପ କମଳ ଦହଲ । ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ଭାରତକୁ ନେଇ ବଡ ବୟାନ ଦେଇଛନ୍ତି ନେପାଳର ନୂଆ ପ୍ରଧାନମନ୍ତ୍ରୀ । ଲିମ୍ପିଆଧୁରା, କାଲାପାନି, ଲିପୁଲେଖକୁ ପୁଣି ଥରେ ନେପାଳରେ ମିଶାଯିବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ    । ଏହି  ୩ଟି ସ୍ଥାନକୁ ନେଇ ଭାରତ ଓ ନେପାଳ ମଧ୍ୟରେ ଦୀର୍ଘବର୍ଷ ହେବ ବିବାଦ ଜାରି ରହିଛି । ଏଭଳି ସ୍ଥିତିରେ ହଦଲଙ୍କ ଏଭଳି ବୟାନ ଆଗକୁ ଦୁଇ ଦେଶର ତିକ୍ତତାକୁ ବୃଦ୍ଧି କରିବା ଆଶଙ୍କା ରହିଛି । ନିକଟରେ ନେପାଳ ସରକାର କମନ ମିନିମମ ପୋଗ୍ରାମରେ ଏକ ଡକ୍ୟୁମେଂଟାରୀରେ ଏଭଳି ଦାବି କରିଥିବା ଜଣାପଡିଛି । ଡକ୍ୟୁମେଂଟାରୀରେ ନେପାଳ ସରକାର ଏକଥା ମଧ୍ୟ ଦାବି କରିଛନ୍ତି ଯେ କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ଅତିକ୍ର୍ରମଣ କରିଛି ଭାରତ ଓ ନୂଆ ସରକାର ଏହି ୩ଟି ସ୍ଥାନକୁ ଫେରାଇ ଆଣିବେ । ସବୁଠୁ ବଡ କଥା ହେଉଛି ଯେଉଁ ୩ଟି ସ୍ଥାନକୁ ନେପାଳ ନିଜର ବୋଲି ଦାବି କରି ଆସୁଛି ସେହି ସ୍ଥାନକୁ ୨୦୧୯-୨୦ଭାରତ ରାଜନୈତିକ ମାନଚିତ୍ରରେ ନିଜର ବୋଲି ଦର୍ଶାଇଥିଲା ।