ସୁନୀଲ ସେଟ୍ଟୀଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି କ୍ରିକେଟର କେଏଲ ରାହୁଲ, ବିବାହକୁ ନେଇ ଜାଣନ୍ତୁ କଣ ରହିଛି ଯୋଜନା

288

କନକ ବ୍ୟୁରୋ : ବଲିଉଡ଼ରେ ଷ୍ଟାରଙ୍କ ବିବାହ ସିଜନ ଆରମ୍ଭ ହୋଇଗଲାଣି । ତେବେ ନିକଟରେ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ବିହାକୁ ନେଇ ଖବର ସାମ୍ନାକୁ ଆସିଛି । ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଜଣାଶୁଣା ଲଭବାର୍ଡ଼ କେଏଲ ରାହୁଲ ଓ ଆଥିୟା ସେଟ୍ଟୀ । ଏହି ଖବର ଆସିବା ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଏହି ଜଣାଶୁଣା ଷ୍ଟାରଙ୍କ ବିବାହ ଚଳିତ ମାସ ୨୩ ଜାନୁଆରୀରେ ହେବାକୁ ଯାଉଛି । ଏହି ବିବାହ ଉତ୍ସବ ମୋଟ ୩ ଦିନ ଧରି ଚାଲିବ । ୨୧ ତାରିଖ ଓ ୨୨ ତାରିଖରେ ହଲଦୀ ଓ ମେହେନ୍ଦୀ କାର୍ଯ୍ୟକ୍ରମ ରହିଛି । ତେବେ ବିବାହ ଉତ୍ସବରେ ଦୁଇ ପରିବାର ଘନିଷ୍ଠ ସମ୍ପର୍କୀୟ ଯୋଗ ଦେବା ସହ ବହୁ ସେଲିବ୍ରିଟି ଯୋଗ ଦେବେ । ବିହାକୁ ନେଇ ପ୍ରସ୍ତୁତି ଆରମ୍ଭ ସହ ଲିଷ୍ଟ ମଧ୍ୟ ଆରମ୍ଭ ହୋଇଗଲାଣି । ଏହି ଲିଷ୍ଟରେ ଭାଇଜାନ ସଲମନ ଖାନ, ଅକ୍ଷୟ କୁମାର, ଜ୍ୟାକି ସ୍ରଫ, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଆଦି ରହିଛନ୍ତି । । ତେବେ ଜାନୁଆରୀ ୨୩କୁ ନେଇ ଖୁବ ଉତ୍ସାହୀ ଅଛନ୍ତି ଫ୍ୟାନ୍ସ ।