କରୋନାକୁ ନେଇ ଆସିଲା ଉଦବେଗଜନକ ଖବର : ସୁସ୍ଥ ହେଉନାହାଁନ୍ତି ୧୦ରୁ ୭ କରୋନା ରୋଗୀ ! ଜାଣନ୍ତୁ କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି ?

2,701

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଆସୁଛି ଏକ ଉଦବେଗଜନକ ଖବର । କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଡିସଚାର୍ଜ ହେବା ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ହେଇନାହାନ୍ତି ରୋଗୀ । ଡାକ୍ତରଖାନାରୁ ଆସିବାର ୫ ମାସ ପରେ ବି ସେମାନଙ୍କ ଠାରେ ଦେଖାଦେଉଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଉଭୟ ଶାରୀରିକ ଓ ମାନସିକ ଭାବେ ସେମାନେ ଏକାଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ରିଟେନର ନାସନାଲ ଇନଷ୍ଟିଚୁଟ୍ ଫର ହେଲଥ ରିସର୍ଚ ଏସମ୍ପର୍କରେ ଏକ ଅନୁଧ୍ୟାନ କରି ଜାଣିବାକୁ ପାଇଛି, ଯେ ହସ୍ପିଟାଲରୁ ଫେରିଥିବା ପ୍ରତି ୧୦ କରୋନା ଆକ୍ରାନ୍ତଙ୍କ ଭିତରୁ ୭ ଜଣଙ୍କ ଠାରେ ରହୁଛି ଶାରୀରିକ ସମସ୍ୟା ।

ଏକ ହଜାର ୭୭ ଜଣଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡିଛି, ୨୦୨୦ ମାର୍ଚରୁ ନଭେମ୍ୱର ଭିତରେ ହସ୍ପିଟାଲରୁ ଫେରିଥିବା ୬୯ ପ୍ରତିଶତ ରୋଗୀ ୫ କିଂବା ୬ ମାସ ପରେ ବି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ୫୮ ପ୍ରତିଶତ ପୁରୁଷ ଓ ୩୬ ପ୍ରତିଶତ ମହିଳାଙ୍କ ଠାରେ ରହୁଛି ସ୍ୱାସ୍ଥ୍ୟ ସମସ୍ୟା । ଏହି ସର୍ଭେ କହୁଛି ୨୯ ପ୍ରତିଶତ ଲୋକ ପୁରା ସୁସ୍ଥ ହୋଇଛନ୍ତି । ଯେଉଁମାନଙ୍କ ଠାରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହୁନାହିଁ । ଜାଣନ୍ତୁ କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି –

ସୁସ୍ଥ ହେଉନାହାଁନ୍ତି ୧୦ରୁ ୭ କରୋନା ରୋଗୀ !

୧. ମାଂସପେଶୀ ଯନ୍ତ୍ରଣା
୨. ଥକ୍କାପଣ
୩. ଶରୀର ଧୀମା ହୋଇଯିବା
୪. ନିଦ୍ରାହୀନତା
୫. ଆଣ୍ଠୁଗଣ୍ଠି ଦରଜ ଓ ଫୁଲା
୬. ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ
୭. ପୁରା ଶରୀରରେ ଯନ୍ତ୍ରଣା
୮. ସାମୟିକ ସ୍ମରଣ ଶକ୍ତି ହ୍ରାସ
୯. ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହୋଇଯିବା
୧୦. ଭାବନା ଓ ଚିନ୍ତା ଶକ୍ତି ହ୍ରାସ ପାଇବା