୨୮ରେ ଓଡିଶାରେ ହେବ ବଡ ଲଢେଇ । ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ନିଶ୍ଚିନ୍ତକୋଇଲିରେ ରାହୁଲ ଗାନ୍ଧୀ କରିବେ ପ୍ରଚାର ।

175

କନକ ବ୍ୟୁରୋ: ଆସନ୍ତା ୨୮ରେ ଓଡିଶା ପ୍ରଚାର ମଇଦାନରେ ହେବ ବଡ ଲଢେଇ । ଦିନକ ପରେ ଦିଲ୍ଲୀରୁ ଓଡିଶା ଆସିବେ ବିଜେପି ଓ କଂଗ୍ରେସର ଦୁଇ ଟାଣୁଆ ନେତା । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ୍ ମାଗିବେ ଜେ.ପି ନଡ୍ଡା ।

ସେହିଦିନ ନିଶ୍ଚିନକୋଇଲିରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବେ । ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ନେତା ଓ କର୍ମୀ ଏବଂ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଅଛନ୍ତି ।