ରେଭେନ୍ସାରୁ ଆଉ ଜଣେ ଛାତ୍ର କରୋନା ପଜିଟିଭ ଚିହ୍ନଟ : ପଜିଟିଭ୍ ସଂଖ୍ୟା ୩କୁ ବୃଦ୍ଧି; ବିଶ୍ୱ ବିଦ୍ୟାଳୟ ବନ୍ଦ ହେବ କି ନାହିଁ ଆଜିର ବୈଠକ ପରେ ନିଷ୍ପତ୍ତି

260

କନକ ବ୍ୟୁରୋ : ରେଭେନ୍ସାରୁ ପୁଣି ଜଣେ ପଜିଟିଭ ଚିହ୍ନଟ । ଜଣେ ଛାତ୍ରଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରେଭେନ୍ସାରେ ମୋଟ କରୋନା ସଂକ୍ରମଣ ୩କୁ ବୃଦ୍ଧି ହୋଇଛି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦେଇଛନ୍ତି ।

ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁ କାହାରିକୁ ବାହାରକୁ ଆସିବାକୁ କିମ୍ବା ଯିବାକୁ ଅନୁମତି ଦିଆଯାଉନାହିଁ । ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ । ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି । କିଛି ଦିନ ତଳେ ଜଣେ ଅଧ୍ୟାପିକା ବି କରୋନା ସଂକ୍ରମିତ ହୋଇଥିଲେ ।