ଦେଶରେ ଟିକାକରଣ ତ୍ୱରାନ୍ୱିତ କରିବାକୁ ଉଦ୍ୟମ । ବିଦେଶକୁ ସେରମର ଟିକା ରପ୍ତାନୀରେ ସାମୟିକ ରୋକ୍, ‘ଆଷ୍ଟ୍ରାଜେନିକା’ର ରପ୍ତାନୀକୁ ବନ୍ଦ ରଖାଯାଇଥିବା ନେଇ ସୂଚନା ।

155

କନକ ବ୍ୟୁରୋ: ଦେଶରେ ଟିକାକରଣ ତ୍ୱରାନ୍ୱିତ କରିବାକୁ ଉଦ୍ୟମ । ଏଥିପାଇଁ ବର୍ତମାନ ଦେଶର ଅଗ୍ରଣୀ ଟିକା ନିର୍ମାଣକାରୀ ସଂସ୍ଥା, ସେରମ ଇନଷ୍ଟିଚ୍ୟୁଟରୁ ବିଦେଶକୁ ପ୍ରମୁଖ ଟିକା ରପ୍ତାନୀ ସାମୟିକ ରୋକ ଲଗାଇଛନ୍ତି ଭାରତ ସରକାର । ଭାରତର ପ୍ରମୁଖ ଟିକା ନିର୍ମାଣକାରୀ ସଂସ୍ଥା , ସେରମ ଇନଷ୍ଟିଚୁଟରୁ ବିଦେଶକୁ ବଡ ପରିମାଣର ଅକ୍ଟଫୋର୍ଡ ଆଷ୍ଟ୍ରାଜେନିକା ଟିକାର ରପ୍ତାନୀକୁ ସାମୟିକ ବନ୍ଦ ରଖାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ତେବେ ଦେଶରେ ବର୍ତମାନ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବା, ଦେଶର ଟିକାକରଣର ଚାହିଦା ପୂରଣ କରିବାକୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । କିଛି ଦିନ ତଳେ ସେରମ ଇନଷ୍ଟିଚ୍ୟୁଟର ଟିକା ତିଆରି କରୁଥିବା କମ୍ପାନୀ ଥିବା ଦ୍ୱିତୀୟ ପ୍ଲାଂଟରେ ଘଟିଥିଲା ଅଗ୍ନିକାଣ୍ଡ । ଏହା ପରେ ସେରମ୍ ର ଟିକା ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବା କୁହାଯାଇଥିଲା । ବର୍ତମାନ ବିଦେଶକୁ ପ୍ରମୁଖ ଟିକା ରପ୍ତାନୀକୁ ସାମୟିକ ଭାବେ ବନ୍ଦ ରଖାଯାଇଥିବା , ଭାରତ ସରକାର କହିଛନ୍ତି । ଏହା ଜରିଆରେ ଘରୋଇ ଚାହିଦା ପୂରଣ କରିବାକୁ ଯୋଜନା ରଖାଯାଇଥିବା ଅନୁମାନ କରାଯାଉଛି ।