ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ : ୬ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା

293

କନକ ବ୍ୟୁରୋ : ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ । ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖାପାଖ ଅଞ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି ନେପାଳ । ଏଠାରେ ୬.୩ ରହିଛି ଭୂମିକମ୍ପର ତୀବ୍ରତା । ଶେଷ ଖବର ସୁଦ୍ଧା ନେପାଳରେ ଭୂମିକମ୍ପରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ରାତିରେ ଶୋଇଥିବା ବେଳେ ଭୂମିକମ୍ପ ହୋଇଥିଲା । ତେଣୁ ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକ ଘରୁ ବାହାରି ଆସିଥିଲେ । ହେଲେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।