ଟି-୨୦ ବିଶ୍ୱକପ : ଆଜି ପ୍ରଥମ ସେମିଫାଇନାଲ ମୁକାବିଲା; ସିଡନୀରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ – ପାକିସ୍ତାନ

224

କନକ ବ୍ୟୁରୋ : ଆଜି ଟି -୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଏହି ମ୍ୟାଚ । ସିଡନୀ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ । ନ୍ୟୁଜିଲାଣ୍ଡ ଟିମ୍ ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ ଜାରି ରଖିଛି ।

ସେପଟେ ପାକିସ୍ତାନ ସେମିଫାଇନାଲରୁ ବାଦ୍ ହେବାର ସମ୍ଭାବନା ଥିଲା । କିନ୍ତୁ ଦକ୍ଷିଣଆଫ୍ରିକା ମ୍ୟାଚ ହାରିବା ପରେ ସେମିଫାଇନାଲରେ ପ୍ରବେଶ କରିଛି ଏହି ଦଳ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱକପରେ ଏହି ଦୁଇ ଦଳ ମଧ୍ୟରେ ଯେତେ ମ୍ୟାଚ ହୋଇଛି ପାକିସ୍ତାନର ପଲା ଭାରି ରହିଛି । ଆଜି ପାକିସ୍ତାନର ଅପରାଜୟ ଧାରାକୁ ଭାଙ୍ଗିବାକୁ ନ୍ୟୁଜିଲ୍ୟାଣ୍ଡ ପ୍ରୟାସ କରିବ ।

– ୧୯୯୨ରେ ଦିନିକିଆ ବିଶ୍ୱକପରେ ମଧ୍ୟ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିଲେ ।
– ହେଲେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା
– ୧୯୯୯ ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୯ ୱିକେଟରେ ହରାଇଥିଲା
– ୨୦୦୭ ଟି-୨୦ ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୬ ୱିକେଟର ପରାସ୍ତ କରିଥିଲା
– ୨୦୧୫ ପରଠାରୁ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଭଲ ରହିଛି
– ୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ୱକପ ଏବଂ ୨୦୨୧ ଟି -୨୦ ବିଶ୍ୱକପର ରନର ଅପ୍ ରହିଛି ନ୍ୟୁଜିଲାଣ୍ଡ
– ପାକିସ୍ତାନ କିୱି ଦଳକୁ ହାଲୁକା ଭାବେ ନେଇପାରିବ ନାହିଁ

ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ୧୧ : ଫିନ୍ ଆଲେନ୍‌, ଡେଭନ୍ କନୱେ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍‌, ‌ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍, ଟିମ୍ ସାଉଦି, ଈଶ ସୋଢ଼ି, ଲୋକି ଫର୍ଗୁସନ୍‌, ଟ୍ରେଣ୍ଟ୍ ବୋଲ୍ଟ।

ପାକିସ୍ତାନ ସମ୍ଭାବ୍ୟ ୧୧ : ମହମ୍ମଦ ରିଜୱାନ, ବାବର ଆଜମ (ଅଧିନାୟକ), ମହମ୍ମଦ ନୱାଜ, ମହମ୍ମଦ ହାରିସ୍‌, ଶାନ୍‌ ମାସୁଦ୍, ଇଫତିକାର ଅହମ୍ମଦ, ସଦାବ ଖାନ୍‌, ମହମ୍ମଦ ୱାସିମ୍‌, ନସିମ୍ ସାହା, ହାରିସ୍‌ ରୌଫ, ସାହିନ ସାହ ଆଫ୍ରିଦି।